
ପଦମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପସଭାପତି ବିଜେଡିରେ ମିଶିଛନ୍ତି। ଗତକାଲି ବରଗଡ଼ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ମିଶିଛନ୍ତି।
ଗତ ଗୁରୁବାର ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲା ବିଜେପି ଉପସଭାପତି ପ୍ରଶାନ୍ତ କୁମାର ମାଝୀ ଦଳରୁ ଇସ୍ତଫା ଦେଇଥିଲେ। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ।
ବରଗଡ଼ ଜିଲ୍ଲା ପରିଷଦ ବିଜେପି ଦଖଲରେ ଥିଲା। ତେବେ ୯ ଜଣ ସଦସ୍ୟଙ୍କ ଇସ୍ତଫା ପରେ ସେଠାରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୬କୁ ଖସି ଆସିଛି। ବିଜେଡି ସଦସ୍ୟ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ତେଣୁ ଜିଲ୍ଲା ପରିଷଦ ସ୍ଥିତି କ’ଣ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
from OTV Khabar https://ift.tt/2U7h2Bk
ବିଜେଡିରେ ଯୋଗ ଦେଲେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟ Jyotsnamayee Pradhan
Reviewed by SUBHENDU BARAL
on
March 30, 2019
Rating:
No comments: