ଅପ୍ରେଲ୍ ୧ତାରିଖରୁ ବଦଳିଯିବ ଏହି ୧୫ଟି ନିୟମ : ଜାଣନ୍ତୁ କ’ଣ?

ନୂଆଦିଲ୍ଲୀ ୩୦/୩: ୩୧ମାର୍ଚ୍ଚ କେବଳ ଯେ ମାସର ଶେଷ ଦିନ ତାହା ନୁହେଁ ବରଂ ଆର୍ଥିକ ବର୍ଷ ମଧ୍ୟ ସରିବାକୁ ଯାଉଛି। ଅପ୍ରେଲ୍ ୧ତାରିଖରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ଏହି ନୂଆ ଆର୍ଥିକ ବର୍ଷରେ ସାଧାରଣ ଲୋକଙ୍କୁ କେତେକ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ କରିବାକୁ ପଡ଼ିବ ତ କେତେକ କ୍ଷେତ୍ରରେ ସମସ୍ୟାରୁ ମୁକ୍ତି ମିଳିବ।

୧.ଅପ୍ରେଲ୍ ୧ତାରିଖରୁ ସରକାର ସେି ଲୋକଙ୍କ ପାଇଁ ଖୁସି ଖବର ଆଣୁଛି ଯେଉଁମାନେ ନୂଆ ଘର କିଣିବାକୁ ମନ ବଳାଇଛନ୍ତି। ଅପ୍ରେଲ୍ ୧ତାରିଖରୁ ଘର କିଣିବା ଆହୁରି ଶସ୍ତା ହୋଇଯିବ। ବାସ୍ତବରେ ଜିଏସଟି ପରିଷଦ ନିର୍ମାଣାଧୀନ ଘର ଉପରେ ଜିଏସଟି ଦର ୧ପ୍ରତିଶତ ଏବଂ ଅନ୍ୟ ଶ୍ରେଣୀର ଘର ଉପରେ ୫ପ୍ରତିଶତ ହ୍ରାସ କରିଛି।

୨. ଅପ୍ରେଲ୍ ୧ତାରିଖରୁ ସମସ୍ତ ପ୍ରକାର ଲୋନ୍ ନେବା ଆହୁରି ଶସ୍ତା ହୋଇଯିବ। କାରଣ ବ୍ୟାଙ୍କଗୁଡ଼ିକ ଏବେ ଆରବିଆଇ ସ୍ଥିର କରିଥିବା ରେପୋ ରେଟ୍ ଆଧାରରେ ଲୋନ୍ ଦେବେ।

୩.ଏହା ବ୍ୟତୀତ ଜୀବନ ବୀମା ନେବା ମଧ୍ୟ ଶସ୍ତା ହୋଇଯିବ। ବୀମାର ନିୟମରେ ହୋଇଥିବା ଏହି ପରିବର୍ତ୍ତନରେ ସବୁଠୁ ବେଶୀ ଫାଇଦା ୨୨ରୁ ୫୦ବର୍ଷ ବୟସର ଲୋକଙ୍କୁ ହେବ।

୪. ଅପ୍ରେଲ୍ ୧ତାରିଖରୁ ଆୟକର ନିୟମରେ ମଧ୍ୟ ପରିବର୍ତ୍ତନ ଘଟିବ। ୫ଲକ୍ଷ ଟଙ୍କା ଆୟକର ସୀମାରେ ଟାକ୍ସ ଲାଗିବ ନାହିଁ। ଏହା ସହିତ ବ୍ୟାଙ୍କରେ ଜମା ୪୦ହଜାର ସୁଧ ଉପରେ ଟ୍ୟାକ୍ସ ଛାଡ଼ ହେବ।

୫.ଇପିଏଫଓ ମଧ୍ୟ ଅପ୍ରେଲ୍ ୧ତାରିଖରୁ ବଡ଼ ପରିବର୍ତ୍ତନ କରିବା ବିଷୟରେ ବିଚାର କରୁଛନ୍ତି। ଇପିଏଫଓର ନୂଆ ନିୟମ ଅନୁସାରେ ଚାକିରୀ ବଦଳାଇଲେ ଆପଣଙ୍କ ପିଏଫ ଆପଣାଛାଏଁ ଟ୍ରାନ୍ସଫର ହୋଇଯିବ।

୬. ଅପ୍ରେଲ୍ ୧ତାରିଖରୁ ଗାଡ଼ି ନିର୍ମାତାଙ୍କ ପାଇଁ ମଧ୍ୟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଗାଡ଼ି ନିର୍ମାତାଙ୍କୁ ଅପ୍ରେଲ୍ ୧ତାରିଖରୁ ହାଇ ସିକ୍ୟୁରିଟି ରେଜିଷ୍ଟେସନ୍ ପ୍ଲେଟ୍ ଦେବାକୁ ପଡ଼ିବ।

୭. ଅପ୍ରେଲ୍ ୧ତାରିଖରୁ ବିଜୁଳି ବିଲ୍ ଜମା କରିବାର ନିୟମରେ ପରିବର୍ତ୍ତନ ହେବ। ବାସ୍ତବରେ ଅପ୍ରେଲ୍ ୧ତାରିଖରୁ ଆପଣ ମୋବାଇଲ୍ ଭଳି ବିଜୁଳି ବିଲ୍ ମଧ୍ୟ ରିଚାର୍ଜ କରିପାରିବେ।

୮.ରେଲସ୍ବେ ମଧ୍ୟ ଅପ୍ରେଲ୍ ୧ତାରିଖରୁ ନୂଆ ନିୟମ ଆଣିବାକୁ ଯାଉଛି। ରେଲଓ୍ବେ ମଧ୍ୟ ଅପ୍ରେଲ୍ ୧ତାରିଖରୁ ସଂଯୁକ୍ତ ପିଏନଆର ଜାରି କରିବ। ଯଦି କୈାଣସି ଯାତ୍ରୀଙ୍କୁ ଦୁଇଟି ଟ୍ରେନରେ ଯାତ୍ରା କରିବାର ଅଛି ତେବେ ତାଙ୍କ ନାଁରେ ସଂଯୁକ୍ତ ପିଏନଆର ଜେନେରେଟ୍ ହେବ।

୯. କାର୍ ସଉକ ଥିବା ବ୍ୟକ୍ତିଙ୍କ ପାଇଁ ଖରାପ ଖବର। କାରଣ ଅପ୍ରେଲ୍ ୧ତାରିଖରୁ କାର୍ ମହଙ୍ଗା ହୋଇଯିବ। ଟାଟା ମୋଟର୍ସ,ଜାଭୁଆର,ରେଞ୍ଜ ରୋଭର ଏବଂ ଟୋୟୋଟା କାର ମହଙ୍ଗା ହେବ।

୧୦.ଯଦି ଆପଣ ଏଯାଏଁ ଆୟକର ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ତେବେ ଶୀଘ୍ର କରନ୍ତୁ। ଯଦି ଆପଣ ଅପ୍ରେଲ୍ ୧ତାରିଖରୁ ଠିକ୍ ପୂର୍ବରୁ ଆୟକର ରିଟର୍ଣ୍ଣ ଫାଇଲ୍ କରିନାହାନ୍ତି ତେବେ ଆପଣଙ୍କୁ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

୧୧. ଅପ୍ରେଲ୍ ୧ତାରିଖରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀଙ୍କ ନିମନ୍ତେ ବାର୍ଷିକ ଜିଏସଟି ରିଟର୍ଣ୍ଣ ଜମା କରିବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ତାରିଖ।

୧୨.ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ୍ କରାଇବାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ତାରିଖ। ଅର୍ଥାତ୍ ଆପଣଙ୍କୁ ଅପ୍ରେଲ୍ ୧ତାରିଖ ପୂର୍ବରୁ ନିଜ ପ୍ୟାନ୍ କାର୍ଡ଼କୁ ଆଧାର କାର୍ଡ଼ ସହ ଲିଙ୍କ୍ କରାଇବାକୁ ପଡ଼ିବ। ଯଦି ଆପଣ ଏପରି କରୁନାହାନ୍ତି ତେବେ ଆପଣଙ୍କ ପ୍ୟାନ୍ କାର୍ଡ଼ ରଦ୍ଦ କରାଯିବ।

୧୩. ଅପ୍ରେଲ୍ ୧ତାରିଖରୁ ଟ୍ରାଇର ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଟ୍ରାଇ ନିୟମ ଅନୁସାରେ ଟିଭି ଚ୍ୟାନେଲ ପ୍ୟାକେଜ ଚୟନ କରିବା ନିମନ୍ତେ ଆପଣଙ୍କ ପାଖରେ କେବଳ ୩୧ମାର୍ଚ୍ଚ ଯାଏଁ ସମୟ ରହିଛି। ଆପଣ ଯଦି ଅପ୍ରେଲ୍ ୧ତାରିଖ ପୂର୍ବରୁ କେବୁଲ କିମ୍ବା ଡିଟିଏଚ୍ ଅପରେଟର ପାଖରେ ବାଛିଥିବା ଚ୍ୟାନେଲ୍ ବିଷୟରେ ସୂଚନା ନଦେଲେ ତେବେ ଏହା ବନ୍ଦ ହୋଇଯିବ।

୧୪. ଅପ୍ରେଲ୍ ୧ତାରିଖରୁ ଗାଡ଼ି​‌ରେ ବ୍ୟବହୃତ ହେଉଥିବା ସିଏନଜି ଏବଂ ପାଇପ ନ୍ୟାଚୁରାଲ ଗ୍ୟାସ୍ ମହଙ୍ଗା ହେବାର ସମ୍ଭାବନା ରହିଛି। କାରଣ ଅପ୍ରେଲ୍ ୧ତାରିଖରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ୧୮ପ୍ରତିଶତ ଅଭିବୃଦ୍ଧି ହେବାର ଆଶଙ୍କା ରହିଛି।

୧୫. ଅପ୍ରେଲ୍ ୧ତାରିଖରୁ ଏୟାର ଟିକେଟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି।



from News7 https://ift.tt/2I0CkJB
ଅପ୍ରେଲ୍ ୧ତାରିଖରୁ ବଦଳିଯିବ ଏହି ୧୫ଟି ନିୟମ : ଜାଣନ୍ତୁ କ’ଣ? ଅପ୍ରେଲ୍ ୧ତାରିଖରୁ ବଦଳିଯିବ ଏହି ୧୫ଟି ନିୟମ : ଜାଣନ୍ତୁ କ’ଣ? Reviewed by SUBHENDU BARAL on March 30, 2019 Rating: 5

No comments:

Powered by Blogger.