ଭୁବନେଶ୍ବର ୩୦|୩ : ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଭଦ୍ରକ ଲୋକସଭା ଆସନରୁ ସେ ଆଶାୟୀ ଥିଲେ । ତେବେ ଭଦ୍ରକ ଲୋକସଭା ଆସନରୁ ଦଳ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ପ୍ରାର୍ଥୀ କରିଛି । ଫଳରେ ଅର୍ଜୁନ ସେଠୀ ଅସନ୍ତୁଷ୍ଟ ଥିଲେ ।
ସୂଚନାଯୋଗ୍ୟ ଯେ, ଅର୍ଜୁନ ସେଠୀ ୮ ଥର ସାଂସଦ ଏବଂ ୨ ଥର ବିଧାୟକ ରହିଥିଲେ । ବାର୍ଦ୍ଧକ୍ୟଜନିତ କାରଣରୁ ଚଳିତ ଥର ସେ ନିର୍ବାଚନକୁ ନଓହ୍ଲାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ସେ କହିଥିଲେ ଚଳିତ ଥର ମଧ୍ୟ ସେ ନିର୍ବାଚନ ଲଢିବେ । ଚଳିତ ଥର ଭଦ୍ରକ ଲୋକସଭାରୁ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ଟିକେଟ୍ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଦଳ ସୁପ୍ରିମୋ ମୁକ୍ତିକାନ୍ତଙ୍କ ପତ୍ନୀଙ୍କୁ ଟିକେଟ୍ ଦେଇଛନ୍ତି । ଯାହାକୁ ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ଆଜି ଦଳ ଛାଡିଛନ୍ତି ।
from News7 https://ift.tt/2V4LY1B
ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ ସେଠୀ
Reviewed by SUBHENDU BARAL
on
March 30, 2019
Rating:
No comments: