ଯୁଦ୍ଧ ବିମାନ ଖସାଇବା ପରେ ଡରିଗଲା ପାକିସ୍ତାନ? ନରମିଗଲା ଶତ୍ରୁ ରାଷ୍ଟ୍ରର ସ୍ୱର, ଜିଓ ଟିଭିରେ ପାକ ସେନା ଅଧିକାରୀଙ୍କ ସୂଚନା, ‘ଯୁଦ୍ଧ ଦ୍ୱାରା ହେବନି କାହାରି ବିଜୟ’  Kanak News

କନକ ବ୍ୟୁରୋ: ପିଓକେରେ ପାକ ଯୁଦ୍ଧ ବିମାନ ଖସାଇବା ପରେ ଡରିଗଲା କି ପାକିସ୍ତାନ? ପୁଣି ଥରେ ଦୋହରାଇଲା ଆଲୋଚନା ପ୍ରସ୍ତାବ । ମଙ୍ଗଳବାର ଦିନ ଭାରତ ତରଫରୁ ହୋଇଥିବା ଏୟାରଷ୍ଟ୍ରାଇକକୁ କଡା ସମାଲୋଚନା କରିବା ପରେ ଏବେ ନରମି ଯାଇଛି ଶତ୍ରୁ ରାଷ୍ଟ୍ରର ସ୍ୱର ।  ଯୁଦ୍ଧ ଦ୍ୱାରା କାହାର  କିଛି ଲାଭ ହେବନି ବୋଲି କହିଛନ୍ତି ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ।

ପାକିସ୍ତାନ ସୀମାରେ ପଶି, ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱଂସ କରଥିଲା ଭାରତୀୟ ବାୟୁ ସେନା । ଆଉ ଏହାକୁ ନେଇ ଅଡୁଆରେ ପଡିଯାଇଛି ପାକିସ୍ତାନ । ନା ଭାରତୀୟ ଯବାନଙ୍କ ଶୌର୍ଯ୍ୟ ଓ ବିରତ୍ୱର ଗାଥାକୁ ପାକିସ୍ତାନ ସହିପାରୁଛି ନା ଲୁଚାଇ ପାରୁଛି । ବାଲକୋଟ ହମଲାକୁ ପାକିସ୍ତାନ ସେନା ସ୍ୱିକାର କରିଥିଲା ସତ, ହେଲେ ଏଥିରେ କୌଣସି ହତାହତ ହୋଇନଥିବା ଦାବି କରିଥିଲା ପାକିସ୍ତାନ । ଅନ୍ୟପଟେ ବାୟୁସେନା ହମଲା କରିଥିବା ୩ଟି ସ୍ଥାନରେ ସେନା ମୁତୟନ କରାଯାଇ ଆକ୍ରମଣର ପ୍ରମାଣ ନଷ୍ଟ କରୁଥିବା ସୂଚନା ମିଳିଛି । ଯାହାକୁ ପରେ ଅନ୍ତର୍ଜାତୀୟ ମିଡିଆ ଡାକି ଘଟଣାସ୍ଥଳ ବୁଲାଇ ଭାରତ ହମଲା କରିନଥିବା କହିପାରିବ ଇସଲାମାବାଦ । ପାକିସ୍ତାନ ସେନାର ମେଜର ଜେନେରାଲ ଆସିଫ ଗଫୁର ସାମ୍ବାଦିକ ସମ୍ମିଳନୀ କରି ଭାରତର ଆକ୍ରମଣକୁ ସ୍ୱୀକାର କରିଥିଲେ  ହେଲେ ଆତଙ୍କବାଦୀ ଆଡ୍ଡା ଉପରେ ହମଲା ଘଟଣାକୁ ସେ ସଂପୁର୍ଣ୍ଣ ଅସ୍ୱୀକାର କରିଥିଲେ ଗଫୁର । ଆଉ ଆଗାମୀ ଦିନରେ ଭାରତକୁ ପାକିସ୍ତାନ କଡା ଜବାବ ଦେବ ବୋଲି ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଆସିଫ ଗଫୁର ।

ଅନ୍ୟପଟେ ପ୍ରତିଶୋଧର ନିଆଁରେ ଜଳି ଉଠିଥିଲା ପାକିସ୍ତାନ ଆଉ ଏୟାରଷ୍ଟ୍ରାଇକର ମାତ୍ର କେଇ ଘଂଟା ପରେ ଜାମ୍ମୁକଶ୍ମୀରର ନୌସେରା, ଅଖନୁର, ପୁଂଛ ଓ କୃଷ୍ଣା ଘାଟିରେ ଏକକାଳୀନ ଆରମ୍ଭ କରିଦେଇଥିଲା ଗୁଳି ବର୍ଷଣ । ଭାରତୀୟ ସେମା ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି । ତେବେ ଏତିକିରେ ପାକିସ୍ତାନର ମନ ଭରି ନଥିଲା ନିୟନ୍ତ୍ରଣ ରେଖା ଉଲଂଘନ କରି ଭାରତୀୟ ଆକାଶ ସୀମା ଭିତରକୁ ଚାଲିଆସିଥିଲା ପାକସ୍ତାନର ଯୁଦ୍ଧ ବିମାନ । ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନଟି ପଶି ଆସିଥିଲା  । ତେବେ ଭାରତୀୟ ବାୟୁସେନାର ଆକ୍ରମଣରେ ମଝି ଆକାଶରେ ହିଁ ଜଳିଯାଇଥିଲା ପାକର ଲଡାକୁ ବିମାନ ଏଫ୧୬ ।



from Kanak News https://ift.tt/2TicVRv https://ift.tt/2IFsAXa
ଯୁଦ୍ଧ ବିମାନ ଖସାଇବା ପରେ ଡରିଗଲା ପାକିସ୍ତାନ? ନରମିଗଲା ଶତ୍ରୁ ରାଷ୍ଟ୍ରର ସ୍ୱର, ଜିଓ ଟିଭିରେ ପାକ ସେନା ଅଧିକାରୀଙ୍କ ସୂଚନା, ‘ଯୁଦ୍ଧ ଦ୍ୱାରା ହେବନି କାହାରି ବିଜୟ’  Kanak News ଯୁଦ୍ଧ ବିମାନ ଖସାଇବା ପରେ ଡରିଗଲା ପାକିସ୍ତାନ? ନରମିଗଲା ଶତ୍ରୁ ରାଷ୍ଟ୍ରର ସ୍ୱର, ଜିଓ ଟିଭିରେ ପାକ ସେନା ଅଧିକାରୀଙ୍କ ସୂଚନା, ‘ଯୁଦ୍ଧ ଦ୍ୱାରା ହେବନି କାହାରି ବିଜୟ’  Kanak News Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.