ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ Rosalin Rath

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଏହି ଘୋଷଣା ଅନୁସାରେ ରବୀନ୍ଦ୍ର ଦାସ ମହାପାତ୍ର ନିଯୋଗର ନୂଆ ସଭାପତି ହୋଇଥିବାବେଳେ ସୂର୍ଯ୍ୟ ନାରାୟଣ ସ୍ୱାଇଁ ମହାପାତ୍ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଦୁର୍ଗା ପ୍ରସାଦ ଦାସ ମହାପାତ୍ର ନିଯୋଗ ସଂପାଦକ ଓ ଅମିତ ଦାସ ମହାପାତ୍ର ସହସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଚନ୍ଦ୍ର ଶେଖର ଦାସ ମହାପାତ୍ର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ନିଯୋଗର ସ୍ଥାୟୀ ସଭାପତି ନବ କିଶୋର ପତିମାହାପାତ୍ର ଏକ ନୋଟିସ୍ ଜରିଆରେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ଏହି ମତଦାନ ହୋଇଥିଲା।

ଏହି ନିର୍ବାଚନ ପାଇଁ ମୋଟ ୩୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ପରେ ୮ ଜଣ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଆଉ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା।



from OTV Khabar http://bit.ly/2GaN7Qt
ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ Rosalin Rath ଘୋଷଣା ହେଲା ଦଇତାପତି ନିଯୋଗର ନିର୍ବାଚନ ଫଳାଫଳ Rosalin Rath Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.