ଲଳିତପୁର ୩୧/୧ : ଉତ୍ତରପ୍ରଦେଶ ଲଳିତପୁର ଅଂଚଳରେ ଘଟିଛି ଦୁର୍ଘଟଣା | ଭଉଣୀର ନିର୍ବନ୍ଧ ସାରି ଫେରୁଥିଲେ ୩ ଭାଇ | ୩ଜଣ ଏକ ସ୍କୁଟିରେ ନିଜ ଘରକୁ ଫେରୁଥିଲେ | ଫେରୁଥିବାବେଳେ ସ୍କୁଟି ସହ ୩ ଭାଇ ଏକ ଗଭୀର ଖାଲରେ ପଡିଯାଇଥିଲେ | ଦୁର୍ଘଟଣାରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଜଣେ ଭାଇ ଗୁରୁତର ଅଛନ୍ତି | ଗୁରୁତର ଭାଇକୁ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି |
ସୂଚନାଯୋଗ୍ୟ ଯେ, ଲଳିତପୁର ଜିଲ୍ଲାର ଅନ୍ଧିୟାରୀ ଗାଁରେ ୧୫ ବର୍ଷ ବୟସ୍କ ରୋଶନ, ୧୪ ବର୍ଷ ବୟସ୍କ ନିଜ ସାନ ଭାଇ ମହେନ୍ଦ୍ର ଏବଂ ୧୮ ବର୍ଷ ବୟସ୍କ ମାମୁ ପୁଅ ଭାଇ ଅନେକ ସିଂଙ୍କ ସହିତ ଭଉଣୀର ନିର୍ବନ୍ଧରେ ଯୋଗ ଦେବା ପାଇଁ ମଧ୍ୟପ୍ରଦେଶର ଅଶୋକନଗର ଯାଇଥିଲେ | ସେଠାକାର ନଦୀପୁର ନାମକ ଏକ ଗାଁରେ ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା | ନିର୍ବନ୍ଧ ସାରି ବିଳମ୍ବିତ ରାତିରେ ୩ ଭାଇ ସ୍କୁଟିରେ ଘରକୁ ଫେରୁଥିଲେ | ଯେତେବେଳେ ସେମାନେ ଲଳିତପୁର ଅନ୍ତର୍ଗତ ରାଜଘାଟ ନିକଟରେ ସ୍କୁଟି ଭାରସାମ୍ୟ ହରାଇ ଏକ ଗଭୀର ଖାଲରେ ପଡିଯାଇଥିଲେ | ପଡିଯିବାପରେ ସେମାନେ ସାହାଯ୍ୟ ପାଇଁ ଚିତ୍କାର କରିଥଲେ | ଚିତ୍କାର ଶୁଣି ପାଖାପାଖି ଥିବା ଲୋକେ ଦଉଡି ଆସିଥିଲେ | ଲୋକେ ଆସି ଦେଖିଥିଲେ ୩ଜଣ ଯୁବକ ଗାତରେ ପଡିଯାଇଛନ୍ତି | ଲୋକେ ୧୦୦ ଡାଏଲ କରି ପୋଲିସକୁ ଖବର ଦେଇଥିଲେ | ଖବରପାଇ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚିଥିଲା | ପୋଲିସ ପହଂଚି ୩ଜଣଙ୍କୁ ଗାତରୁ ଉଦ୍ଧାର କରିଥିଲା | ୩ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା ପୋଲିସ | ଡାକ୍ତର ସେଠାରେ ଅନେକ ଏବଂ ରୋଶନଙ୍କୁ ମୃତ ଘୋଷଣା କରିଥିଲା | ମହେନ୍ଦ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ଲଳିତପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |
from News7 http://bit.ly/2Bdc2jb
No comments: