କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ ! ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ, ନିମ୍ନମାନର ପଥର ପ୍ୟାକିଂ ଅଭିଯୋଗ । Kanak News

କନକ ବ୍ୟୁରୋ : କୂଳ ଲଂଘୁଛି ବୈତରଣୀ, ଦୁର୍ବଳ ହେଉଛି ନଦୀ ବନ୍ଧ । ଆଉ ଜୀବନ ଜୀବିକାକୁ ନେଇ ଆଶା ଆଶଙ୍କାରେ ରାତି କାଟୁଛନ୍ତି ୪ଟି ଗାଁର ଲୋକ । ଦୁର୍ବଳ ନଦୀ ବନ୍ଧକୁ ନେଇ ଗଣମାଧ୍ୟମରେ ପ୍ରଚାର ହେବା ପରେ ମରାମତି କାମ ଆରମ୍ଭ କରିଛି ରାଜକନିକା ପ୍ରଶାସନ । ପଥର ପ୍ୟାକିଙ୍ଗ କାମ ଚାଲିଥିବା ବେଳେ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । କାମ ଚାଲିଥିବା ସ୍ଥାନକୁ ବିଭାଗୀୟ ଅଧିକାରୀ ଆସୁନଥିବାରୁ ଅସନ୍ତୋଷ ଦାନା ବାନ୍ଧୁଛି ।
ନଦୀ ବନ୍ଧରେ ଦୁର୍ନୀତିର ଗନ୍ଧ । ନିମ୍ନମାନର ପଥର ପ୍ୟାକିଂ ଅଭିଯୋଗ । କେନ୍ଦ୍ରାପଡା ରାଜକନିକା ବ୍ଲକର ଗୁଆଳି ନଦୀ ବନ୍ଧ ଉପରେ ନିର୍ଭର କରେ ୫ଟି ଗାଁ । ବୈତରଣୀ କୁଳ ଲଂଘୁଥିବା ବେଳେ ବନ୍ଧ ଭାଙ୍ଗିଲେ ଭାସିଯିବ ଗାଁ । ଦୁର୍ବଳ ବନ୍ଧକୁ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ପ୍ରଶାସନ ପକ୍ଷରୁ ପଥର ପ୍ୟାକିଂ କରାଯାଉଛି ।

from Kanak News http://bit.ly/2WzlfLt http://bit.ly/2ToSi30
No comments: