ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀଙ୍କ ନୂଆ ଫର୍ମୁଲା! ସର୍ଟଲେସ ହୋଇ ବିକୁଛନ୍ତି ଚିକେନ୍, ସେଲସମ୍ୟାନଙ୍କ ସିକ୍ସ ପ୍ୟାକ ଦେଖିବାକୁ ଦୋକାନକୁ ଟାଣି ହୋଇ ଆସୁଛନ୍ତି ଗ୍ରାହକ Kanak News

ନିଜର ବିଜନେସକୁ ଆଗକୁ ନେବାକୁ କିଏ କେତେ କୌଶଳ ଆପଣାଏ । କେମିତି ଜମିବ ଗ୍ରାହକଙ୍କ ଭିଡ ଆଉ ବେପାର ବି ଜମିବ । ହେଲେ ଦିଲ୍ଲୀରେ ଏବେ ଜଣେ ଯୁବକ ଏକ ଅଭିନବ ଉପାୟ ଆପଣେଇଛନ୍ତି ନିଜର ଚିକେନ ବ୍ୟବସାୟ ବଢାଇବା ପାଇଁ । ସାର୍ଟଲେସ ହୋଇ ବିକୁଛନ୍ତି ଚିକେନ୍ । ନିଜର ସିକ୍ସ ପ୍ୟାକ ଆବସରେ ଆକର୍ଷିତ କରୁଛନ୍ତି ଗ୍ରାହକଙ୍କୁ । ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇଛି । ତେବେ ଅଭିନବ ଉପାୟରେ ନିଜର ବିଜନେସକୁ ଆଗେଇ ନେଉଥିବା ଏହି ଯୁବକ ଜଣକ ହେଉଛନ୍ତି ସିହୟୁ ନିଓ ।

ମଲେସିଆର କ୍ୱିଟେନ୍ ସହରର ବାସିନ୍ଦା ହେଉଛନ୍ତି ସିହୟୁ । ହେଲେ ଏବେ ଦିଲ୍ଲୀରେ ସେ ନିଜର ବ୍ୟବସାୟ ଚଳାଇଛନ୍ତି । ସାଧାରଣତଃ ସର୍ଟଲେସ୍ ଅନ୍ଦାଜରେ ସମସ୍ତେ ସଲମାନ ଖାନଙ୍କୁ ପସନ୍ଦ କରିଥାନ୍ତି । ସର୍ଟଲେସ୍ ହେଇ ସଲମାନ ଝିଅଙ୍କ ମଧ୍ୟରେ ବେଶ୍ ପପୁଲାର । ସେଥିପାଇଁ ଝିଅଙ୍କ ମଧ୍ୟରେ ସଲମାନଙ୍କ କ୍ରେଜ ଅଧିକ । ଆଉ ଭାଇଜାନଙ୍କ ଫର୍ମୁଲାକୁ ଆପଣେଇ ନେଇଛନ୍ତି ସିହୟୁ । ଦିଲ୍ଲୀରେ ସେ ଏବେ ସର୍ଟଲେସ୍ ଚିକେନବାଲା ଭାବେ ବେଶ୍ ପପୁଲାର, ଆଉ ଖାସ୍ କରି ଝିଅଙ୍କ ମଧ୍ୟର୍ ତାଙ୍କର କ୍ରେଜ ଅଧିକ ।ସୋସିଆଲ ମିଡିଆରେ ଏହି ସର୍ଟଲେସ ବୟ ଏବେ ଭାରି ଚର୍ଚ୍ଚାରେ ।

ଦିଲ୍ଲୀରେ ଅନେକ ଷ୍ଟ୍ରିଟ ଫୁଡ ଦୋକାନ ରହିଛି, ତେଣୁ ଏମିତି କଣ କଲେ ତାଙ୍କ ଦୋକାନରେ ଗ୍ରାହକଙ୍କ ଭିଡ ଜମିବ , ତାହାକୁ ଦୃଷ୍ଟିରେ ରଖି ଏଭଳି ଉପାୟ ଆପଣେଇଛନ୍ତି ସିହୟୁ । ବର୍ଷା ହେଉ କି ଶୀତ ସବୁବେଳେ ସର୍ଟଲେସ ସିହୟୁ । ଏବେ ଦିଲ୍ଲୀରେ ତାଙ୍କ ବିଜନେସ୍ ସଫଳତାର ସହ ଆଗେଇ ଚାଲିଛି । ଦିଲ୍ଲୀରେ ତାଙ୍କର ଦୁଇଟି ଦୋକାନ ମଧ୍ୟ ରହିଛି । ଜଷ୍ଟ ଫୁଡ ନାମରେ ସେ ତାଙ୍କ ଦୋକାନ ଦେଇଛନ୍ତି । ଯେଉଁଠାରେ ନନଭେଜର ବହୁ ଭେରାଇଟି ଆଇଟମ ରହିଛି । ଖାସ୍ କରି ଚିକେନ ଓ ମଟନ ସ୍ଲାଇସ ଯାହାକି ଏହିଠାରେ ହିଁ ମିଳିଥାଏ । ତେବେ ସିହୟୁଙ୍କ ଫୁଡଷ୍ଟଲରେ ସ୍ପେଶାଲ ମଲେସିଆନ ଫୁଡ ବକ୍ କାୱାର ଚାହିଦା ରହିଛି । ଖାସକରି ଯୁବପିଢୀଙ୍କ ମଧରେ ଏହି ଆଇଟମର ବହୁତ ଚାହିଦା ରହିଛି ।

ସିହୟୁ ନିଓ ନିଜ ମାଆଙ୍କ ସହ ଏବେ ଏହି ଫୁଡଷ୍ଟଲ ଚଲାଉଛନ୍ତି । ଦିଲ୍ଲୀର ରାସ୍ତାରେ ଯାଉଥିବା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରନ୍ତି ସିହୟୁ । ଖାସ କରି ମହିଳା ଓ ଯୁବତୀ ସିହୟୁଙ୍କ ଫ୍ୟାନ । ତାଙ୍କ ହାତ ତିଆରି ବକ୍ କାୱା ଖାଇବା ପାଇଁ ସତେ ଯେମିତି ପାଗଳ ଏମାନେ । କେବଳ ଖାଇବା ନୁହେଁ ବରଂ ଅନେକ ମହିଳା ଓ ଯୁବତୀ ତାଙ୍କ ବଡିକୁ ଛୁଇଁବା ସହ ଦେଖିବାକୁ ଅନେକ ଦୂରରୁ ଆସିଥାନ୍ତି । ତେବେ ତାଙ୍କର ଦୋକାନକୁ ଲୋକପ୍ରିୟ କରିବାକୁ ସିହୟୁ ସୋସିଆଲ ମିଡିଆର ସହାୟତା ଲୋଡିଛନ୍ତି । ଫେସବୁକରେ ନିଜର ସର୍ଟଲେସ ଫଟୋ ସହ ଦୋକାନର ଫଟୋ ସେୟାର କରିଛନ୍ତି ସିହୟୁ । ଏହାସହ ତାଙ୍କର ଦୋକାନରେ ସମସ୍ତ ଖାଦ୍ୟ ପରିଷ୍କାର ଢଙ୍ଗରେ କରାଯିବା ସହ ସ୍ୱାଦିଷ୍ଟ ହୋଇଥାଏ ବୋଲି ଫେସବୁକରେ ଲେଖିଛନ୍ତି । ଯେଉଁଥିପାଇଁ ତାଙ୍କ ଦୋକାନରେ ଦିନକୁ ଦିନ ଭିଡ ବଢିବାରେ ଲାଗିଛି ।

ଦିଲ୍ଲୀର ଏତେ ଥଣ୍ଡାରେ ସିହୟୁ ସର୍ଟଲେସ ହୋଇ ତାଙ୍କ ବିଜନେସ୍ ଚଳାଇଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ତେବେ ସର୍ଟଲେସ ହୋଇ ବଲିଉଡ ଷ୍ଟାର ଯେତିକି ପପୁଲାର ହେଇଛନ୍ତି ଏବେ ସିହୟୁ ମଧ୍ୟ ନିଜର ସର୍ଟଲେସ ଅନ୍ଦାଜ ପାଇଁ ଦିଲ୍ଲୀରେ ବେଶ ପପୁଲାର ।



from Kanak News http://bit.ly/2GeB1WE http://bit.ly/2G02uMb
ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀଙ୍କ ନୂଆ ଫର୍ମୁଲା! ସର୍ଟଲେସ ହୋଇ ବିକୁଛନ୍ତି ଚିକେନ୍, ସେଲସମ୍ୟାନଙ୍କ ସିକ୍ସ ପ୍ୟାକ ଦେଖିବାକୁ ଦୋକାନକୁ ଟାଣି ହୋଇ ଆସୁଛନ୍ତି ଗ୍ରାହକ Kanak News ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଦୋକାନୀଙ୍କ ନୂଆ ଫର୍ମୁଲା! ସର୍ଟଲେସ ହୋଇ ବିକୁଛନ୍ତି ଚିକେନ୍, ସେଲସମ୍ୟାନଙ୍କ ସିକ୍ସ ପ୍ୟାକ ଦେଖିବାକୁ ଦୋକାନକୁ ଟାଣି ହୋଇ ଆସୁଛନ୍ତି ଗ୍ରାହକ Kanak News Reviewed by SUBHENDU BARAL on January 31, 2019 Rating: 5

No comments:

Powered by Blogger.