
ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁଖଓ୍ଵନ୍ତ ସିଂହ ୭୧, ୦୮୩ ଖଣ୍ଡ ଭୋଟ୍ ପାଇଛନ୍ତି।

ଜାନୁଆରି ୨୮ ତାରିଖ ଦିନ ୨୭୮ଟି ବୁଥ୍ରେ ଅନୁଷ୍ଠିତ ହୋଇଥିବା ଏହି ମତଦାନରେ ୭୯. ୧୨% ଭୋଟର୍ ଭୋଟ୍ ଦେଇଥିଲେ। ୨୦୧୮ ଡିସେମ୍ବର ୭ ତାରିଖ ଦିନ ବିଏସପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କର ହୃଦ୍ଘାତରେ ପରଲୋକ ହେବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା।
from Kanak News http://bit.ly/2TmNsmL http://bit.ly/2BeaYv9
No comments: