ଦେହ ବ୍ୟବସାୟର ଭୂସ୍ବର୍ଗ ପାଲଟିଛି ଭୁବନେଶ୍ୱର : ଯୁବତୀଙ୍କୁ ଉଠାଇନେବା ଉଦ୍ୟମ ଅଭିଯୋଗରେ ଜଣେ ଅଟକ, ଆଉ ୪ଜଣଙ୍କୁ ଖୋଜୁଛି ପୋଲିସ !
ଭୁବନେଶ୍ୱର ୩୧/୧ : ରାଜଧାନୀରେ ପ୍ରତ୍ୟେକ ଦିନ ନୂଆ ନୂଆ ଅପରାଧ ଘଟୁଛି | ବିଶେଷ କରି ଦେହ ବ୍ୟବସାୟକୁ କେନ୍ଦ୍ର କରି ଜଘନ୍ୟ କାଣ୍ଡ ଘଟିବାରେ ଲାଗିଛି | ରାଜଧାନୀକୁ ରାଜ୍ୟର ବିଭିନ୍ନ ଅଂଚଳରୁ ଝିଅଙ୍କୁ ଅଣାଯାଇ ଦେହ ବ୍ୟବସାୟରେ ଲଗାଯାଉଥିବାବେଳେ ତାକୁ କେନ୍ଦ୍ର କରି କେବେ ହତ୍ୟା ତ କେବେ ବ୍ଲାକ ମେଲିଙ୍ଗ ଭଳି ଅପରାଧ ସଂଗଠିତ ହେଉଛି |
ଗତ ମଙ୍ଗଳବାର ଦିନ ପଟିଆ ଅଂଚଳରେ ରହୁଥିବା ଜଣେ ମହିଳା ଦେହଦଲାଲ ଭଦ୍ରକରୁ ଜଣେ ଯୁବତୀଙ୍କୁ ଭୁବନେଶ୍ୱର ଆଣିଥିଲେ | ସମ୍ପୃକ୍ତ ଯୁବତୀଙ୍କୁ ଉପଭୋଗ ଲାଗି ନେବା ପାଇଁ ଚନ୍ଦକା ଅଂଚଳର ଜଣେ ଯୁବକ ସହ ୧୦୦୦ଟଂକାରେ ଡିଲ ହୋଇଥିଲା ।ଫଳରେ ସନ୍ଧ୍ୟାରେ ଭଦ୍ରକର ଯୁବତୀକୁ ନେଇ କିଙ୍ଗପିନ ଶିଖରଚଣ୍ଡୀ ପାହାଡ ପାଖକୁ ଯାଇଥିଲେ | ସେଠାରେ ଗ୍ରାହକଙ୍କ ସହ ଆଉ ୪ଜଣ ଯୁବକ ମଧ୍ୟ ଥିଲେ | ଏହି ଯୁବକମାନେ ଯୁବତୀଙ୍କ ସହ ଅସଦାଚରଣ କରିବା ସହ ତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ | ତେବେ ଯୁବତୀଙ୍କ ସହ ଥିବା କିଙ୍ଗପିନ ତୁରନ୍ତ ୧୦୦କୁ ଡାଏଲ କରିବାପରେ ପୋଲିସ ପହଂଚି ଜଣେ ଅପହରଣକାରୀକୁ ଧରିବାରେ ସକ୍ଷମ ହୋଇଥିଲା | ତେବେ ଅନ୍ୟମାନେ କେଉଁଆଡେ ଫେରାର ହୋଇଯାଇଛନ୍ତି | ଚନ୍ଦକା ପୋଲିସ ଧରିଥିବା ଯୁବକ ଏକ ରିୟଲ ଇଷ୍ଟେଟ ସଂସ୍ଥାର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡିଛି | ପୋଲିସ ଘଟଣାର ମୂଳକୁ ଯିବାକୁ ଉଦ୍ୟମ କରିଛି |
ସୂଚନାଯୋଗ୍ୟ ଯେ, ଯୁବତୀଙ୍କୁ ଅପହରଣ ପରେ ପୋଲିସକୁ କିଙ୍ଗପିନ ଫୋନ କଲାବେଳେ ନିଜକୁ ସମ୍ପୃକ୍ତ ଯୁବତୀଙ୍କ ମା’ ବୋଲି ପରିଚୟ ଦେଇଥିଲେ | ଖବର ନେବାରେ ଜଣାପଡିଛି ଯେ, ଏହି ମହିଳାଙ୍କ ନିଜ ଘର ଜଗତସିଂହପୁର ଜିଲ୍ଲାରେ | ତେବେ ଦୀର୍ଘ ଦିନ ହେଲା ଭୁବନେଶ୍ୱରରେ ରହି ସେ ଦେହଦଲାଲ କାମ କରୁଛନ୍ତି | ସୂଚନାଯୋଗ୍ୟ ଯେ, ପ୍ରଥମେ ଇନଫୋସିଟି ଥାନାରେ ମାମଲା ହୋଇଥିଲେ ମଧ୍ୟ ଏହାକୁ ଚନ୍ଦକା ଥାନାକୁ ଟ୍ରାନ୍ସଫର କରାଯାଇଛି ।
from News7 http://bit.ly/2Wxe2vx
No comments: