ଅସଦାଚରଣର ବିରୋଧ କରିବାରୁ ମହିଳାଙ୍କୁ ବିବସ୍ତ୍ର କରି ପିଟିଲେ ଦୁର୍ବୁତ୍ତ

ଭଦୋହୀ ୩୧/୧୨: ଭଦୋହୀର ଗୋପୀଗଞ୍ଜ ଅଞ୍ଚଳରେ କେତେକ  ଅସାମାଜିକ ଲୋକ ଉତ୍ପୀଡ଼ନର ବିରୋଧ କରିବାରୁ ଏକ ମହିଳାଙ୍କ ଘରେ ପଶି  ତାଙ୍କୁ ବିବସ୍ତ୍ର କରି ପୂରା ଗାଁରେ ଦୈାଡ଼ାଇ ଦୈାଡ଼ାଇ ପିଟିଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ମଧ୍ୟ ମାରପିଟ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।

ପୋଲିସଙ୍କ କହିବା ଅନୁସାରେ ଗୋପୀଗଞ୍ଜ ଥାନା ଅଞ୍ଚଳରେ ଏକ ଗାଁରେ ୩୨ବର୍ଷ ବୟସ୍କା ମହିଳା ଗାଲିଚା ବୁଣାଳୀ ଶନିବାର ଦିନ ବୁଣାଳୀଙ୍କ ପାଇଁ ଜାରି ହେବାକୁ ଥିବା ଶିଳ୍ପୀ କାର୍ଡ଼ ପ୍ରସ୍ତୁତ କରିବାକୁ ଯାଇଥିଲେ। ସେଠାରେ ଲାଲ ଚନ୍ଦ୍ର ଯାଦବ ନାମକ ବ୍ୟକ୍ତି ତାଙ୍କୁ ଅସଦାଚରଣ କରିଥିଲେ। ମହିଳା ଜଣକ ତାଙ୍କ ବିରୋଧ କରିବାରୁ ବ୍ୟକ୍ତିଟି ରାଗି ଯାଇଥିଲା।

ବ୍ୟକ୍ତିଜଣକ ଏହାର ପ୍ରତିଶୋଧ ନେବାପାଇଁ ତା’ର ୩ଜଣ ସହଯୋଗୀ ପ୍ରଦୀପ ଯାଦବ,ରିଙ୍କୁ ଯାଦବ ଏବଂ ରାଜଧର ଯାଦବଙ୍କୁ ନେଇ ଜବରଦସ୍ତି ମହିଳାଙ୍କ ଘରେ ପଶିଯାଇଥିଲେ ଏବଂ ତାଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ପିଟିଥିଲେ। ଏହା ପରେ ତାଙ୍କୁ ବାହାରକୁ ଆଣି ବିବସ୍ତ୍ର କରି ଗାଁରେ ଦୈାଡ଼ାଇ ଦୈାଡ଼ାଇ ପିଟିଥିଲେ। ଗାଁ ଲୋକେ ଦର୍ଶକ ଭଳି ଏହି ଦୃଶ୍ୟକୁ ଦେଖୁଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଏହାର ଭିଡିଓ କରି ଭାଇରାଲ କରିଦେଇଥିଲେ। ପୀଡ଼ିତା ମହିଳାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।   



from News7 http://bit.ly/2SsSIVF
ଅସଦାଚରଣର ବିରୋଧ କରିବାରୁ ମହିଳାଙ୍କୁ ବିବସ୍ତ୍ର କରି ପିଟିଲେ ଦୁର୍ବୁତ୍ତ ଅସଦାଚରଣର ବିରୋଧ କରିବାରୁ ମହିଳାଙ୍କୁ ବିବସ୍ତ୍ର କରି ପିଟିଲେ ଦୁର୍ବୁତ୍ତ Reviewed by SUBHENDU BARAL on December 31, 2018 Rating: 5

No comments:

Powered by Blogger.