
ଗଞ୍ଜାମ: ବାତ୍ୟା ତିତ୍ଲି ପ୍ରଭାବରେ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ନିକଟସ୍ଥ ଭୂତପଙ୍କାଳରୁ ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ଆଜି ଆଉ ଜଣଙ୍କ ମୃତଦେହ ମିଳିଛି। ଏଯାଏ ଘଟଣାରେ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ଘରଠାରୁ ଗୋଟେ କିଲୋମିଟର ଦୂରରେ ମୃତଦେହ ମିଳିଛି। ତେବେ ଆଉ ଦୁଇ ଜଣଙ୍କ ପତ୍ତା ମିଳୁନି।
ଅକ୍ଟୋବର ୧୧ ଓ ୧୨ରେ ତିତ୍ଲି ପ୍ରଭାବରେ ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ ଭୂତପଙ୍କାଳ ଗାଁର ୬ ଜଣ ବ୍ୟକ୍ତି ଭାସିଯାଇଥିଲେ। ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ବ୍ୟକ୍ତି ଓ ଆଶ୍ରୟ ନେଇଥିବା ୨ ଜଣ ବ୍ୟକ୍ତି ଥିଲେ।
from OTV Khabar https://ift.tt/2z5IQbY
ଭୂତପଙ୍କାଳ ଗାଁରେ ୬ ଜଣ ଭାସିଯିବା ଘଟଣା: ମିଳିଲା ଜଣଙ୍କ ମୃତଦେହ Rosalin Rath
Reviewed by SUBHENDU BARAL
on
October 27, 2018
Rating:
No comments: