କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ Rosalin Rath

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ।

ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ଯୋଗ ଦେଇଛନ୍ତି। ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ, ଦୁଷ୍କର୍ମ, ନାବାଳିକାଙ୍କୁ ଯୌନ ନିର୍ଯାତନା, ପାରିବାରିକ ହିଂସା ବଢ଼ି ଚାଲିଥିବାବେଳେ, ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ମତ ପ୍ରକାଶ ପାଇଛି।

ଏସବୁ ସମସ୍ୟାର ସମାଧାନ ସହିତ ମହିଳାଙ୍କ ସ୍ୱାଭିମାନ ରକ୍ଷା କରିବାକୁ କଂଗ୍ରେସର ଏହି ସମାବେଶ ଆୟୋଜନ କରାଯାଇଛି।

 



from OTV Khabar https://ift.tt/2AsuK6e
କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ Rosalin Rath କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ Rosalin Rath Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.