ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ବାଲେଶ୍ୱର ବାର୍‌ ଆସୋସିଏସନ୍‌ Rosalin Rath

ବାଲେଶ୍ୱର: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛି ବାଲେଶ୍ୱର ବାର୍ ଆସୋସିଏସନ୍‌। କଟକରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ବାଲେଶ୍ୱର ବାର୍ ଆସୋସିଏସନ୍‌ର ଆନ୍ଦୋଳନ ଜାରି ରହିଛି।
ଆଇନଜୀବୀଙ୍କୁ ନ୍ୟାୟ ନମିଳିବା ଯାଏ ଓକିଲ ସଂଘର ଏହି ଧାରଣା ଜାରି ରହିବ ବୋଲି କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଗୋଟେ ପ୍ରକାର ଠପ୍ ହୋଇ ଯାଇଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ।
ସୂଚନାଥାଉ କି, ଓଡ଼ିଶା ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ୍‌ର ମାଡ଼ ମାରିବା ଘଟଣାର ପ୍ରତିବାଦ କରି ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଘଟଣାକୁ ପାଖାପାଖି ୨ ମାସ ବିତି ଗଲାଣି।



from OTV Khabar https://ift.tt/2PUCOlo
ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ବାଲେଶ୍ୱର ବାର୍‌ ଆସୋସିଏସନ୍‌ Rosalin Rath ହାଇକୋର୍ଟ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଲା ବାଲେଶ୍ୱର ବାର୍‌ ଆସୋସିଏସନ୍‌ Rosalin Rath Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.