
ବାଲେଶ୍ୱର: ବାଲେଶ୍ୱର ରେମୁଣା ବ୍ଳକ୍ କଅଁରାଳି ଗାଁରେ ଚାଷୀ କରିଥିବା ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ ହୋଇଛି। ବାତ୍ୟା ତିତ୍ଲି ପରବର୍ତ୍ତୀ ବନ୍ୟାରେ ଭଣ୍ଡା ଗଛ ସବୁ ଉଜୁଡ଼ି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଆଉ ଯେତିକି ଅମୃତଭଣ୍ଡା ଗଛ ସବୁ ରହି ଯାଇଛି, ସିଏ ବି ଧିରେ ଧିରେ ମରିଯାଉଛି। ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିଛି ଉପାୟ ନପାଇ ଚିନ୍ତାରେ ପଡ଼ି ଯାଇଛନ୍ତି।

ଚଳିତ ବର୍ଷ ଠିକ୍ ଫୁଲ ଧରିବା ସମୟରେ ମାଡ଼ି ଆସିଥିଲା ବନ୍ୟା। କିଛି ଦିନ ଧରି ଅମୃତ ଭଣ୍ଡା ଗଛ ଗୁଡିକ ପାଣିରେ ରହିବାରୁ ଏବେ ସବୁ ମରିଯାଉଛି। ଅନ୍ୟପଟେ ମଲା ଗଛ ଗୁଡିକରୁ ଫଳ ତୋଳି ବଜାରକୁ ନେଉଥିଲେ ବି ଉଚିତ୍ ମୂଲ୍ୟରେ ବିକ୍ରି ନହେବାରୁ ନିରାଶ ହେଉଛନ୍ତି ଚାଷୀ।

ଅମୃତ ଭଣ୍ଡା ଚାଷୀଙ୍କୁ କ୍ଷତିପୂରଣ ପାଇଁ ସରକାରଙ୍କ କୌଣସି ସ୍କିମ୍ ନଥିବା ରେମୁଣା ବ୍ଲକ୍ ସହକାରୀ ଉଦ୍ୟାନ ଅଧିକାରୀ କହିଛନ୍ତି।
from OTV Khabar https://ift.tt/2qfuKAM
ଏକର ଏକର ଅମୃତଭଣ୍ଡା ଚାଷ ନଷ୍ଟ; ଚିନ୍ତାରେ ଚାଷୀ Rosalin Rath
Reviewed by SUBHENDU BARAL
on
October 27, 2018
Rating:
No comments: