ପୁଣି ଚିଟ୍‌ଫଣ୍ଡ୍ ଠକେଇର ଶିକାର ହେଲେ ଜମାକାରୀ Rosalin Rath

ଜୟପୁର: ପୁଣି ଏକ ଚିଟ୍‌ଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ଜମାକାରୀ। ଏହି ଅଭିଯୋଗ ଆସିଛି ଜୟପୁର ସହରରୁ।

ସନ୍‌ସାଇନ୍ ଇନ୍‌ଫ୍ରା ବିଲ୍‌ଡ କର୍ପୋରେସନ୍ ଲିମିଟେଡ୍ ନାମକ ଏକ ଠକ ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ କୋରାପୁଟ ଜିଲ୍ଲାର ଶହଶହ ଜମାକାରୀଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା ହରିଲୁଟ୍ କରିଥିବା ଜୟପୁର ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି।

କମ୍ପାନୀ ଗତ ୨୦୧୧ ମସିହାରୁ ଜୟପୁରଠାରେ ନିଜର କାର୍ଯ୍ୟାଳୟ ଖୋଲିଥିଲା। ହେଲେ ୨୦୧୩ରୁ କମ୍ପାନୀ କାର୍ଯ୍ୟାଳୟ ବନ୍ଦ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଫଳରେ ଟଙ୍କା ଡବଲ୍ ହେବାର ଆଶା ଦେଖୁଥିବା ଜମାକାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ତୁରନ୍ତ ପଇସା ଫେରସ୍ତ ପାଇବା ସହ ସଂପୃକ୍ତ ସଂସ୍ଥାର ନିର୍ଦ୍ଦେଶକମାନଙ୍କୁ ଗିରଫ କରାଯାଉ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି।

 



from OTV Khabar https://ift.tt/2CAJ8ea
ପୁଣି ଚିଟ୍‌ଫଣ୍ଡ୍ ଠକେଇର ଶିକାର ହେଲେ ଜମାକାରୀ Rosalin Rath ପୁଣି ଚିଟ୍‌ଫଣ୍ଡ୍ ଠକେଇର ଶିକାର ହେଲେ ଜମାକାରୀ Rosalin Rath Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.