
ବିଶାଖାପଟନମ୍ : ଓ୍ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ଉପରକୁ ଅାକ୍ରମଣ। ବିଶାଖାପଟନମ୍ ବିମାନବନ୍ଦରରେ ଜଣେ ଯୁବକ ତାଙ୍କ ଉପରକୁ ଛୁରା ମାଡ଼ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ ମୋହନ ଏୟାରପୋର୍ଟର ଭିଅାଇପି ଲାଉଞ୍ଜରେ ହାଇଦ୍ରାବାଦ ଫ୍ଲାଇଟକୁ ଅପେକ୍ଷା କରିଥିଲେ।
ଦୁର୍ବୃତ୍ତ ଜଣଙ୍କ ସେଲଫି ନେବା ପାଇଁ ଜଗନଙ୍କୁ ଅନୁରୋଧ କରିଥିଲା। ଜଗନ ଅନୁମତି ଦେବା ପରେ ସେ ତାଙ୍କ ନିକଟତର ହୋଇ ଏକ ଛୁରାରେ ଅାକ୍ରମଣ କରିଥିଲା। ଏଥିରେ ଜଗନଙ୍କ ବାମ ହାତରେ ଅାଘାତ ଲାଗିଛି ଅଭିଯୁକ୍ତ ଜଣକ ଏୟାରପୋର୍ଟ କ୍ୟାଣ୍ଟିନରେ କାମ କରନ୍ତି ଏବଂ ତାଙ୍କ ନାଁ ଶ୍ରୀନିବାସ ବୋଲି ପୁଲିସ ସୂଚନା ଦେଇଛି।
ତେବେ ଘଟଣା ପରେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । କାହିଁକି ଏବଂ କେଉଁ କାରଣରୁ ସେ ଏପରି କାଣ୍ଡ ଭିଅାଇଛି ସେ ନେଇ ଅଧିକ ଖୋଲତାଡ଼ କରୁଛି ପୁଲିସ । ଅନ୍ୟପଟେ ଅାହତ ଜଗନଙ୍କୁ ବିମାନ ବନ୍ଦରରେ ଥିବା ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି।
ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ଘଟଣାର ତଦନ୍ତ ପାଇଁ କହିଛନ୍ତି।
from OTV Khabar https://ift.tt/2PnnDEp
No comments: