ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼ Pradesh Pratyush

କୋରାପୁଟ : ସୁନାବେଡା ହାଲ୍‌ର ଫାଇନାନ୍ସ ମ୍ୟାନେଜରଙ୍କ ଏକ ଲକ୍ଷ ୬୭ ହଜାର ଟଙ୍କା ଏବଂ କାଗଜପତ୍ର ଜାଳିବା ମାମଲାରେ ଅାରମ୍ଭ ହୋଇଛି ସିବିଅାଇ ତଦନ୍ତ । ଗତକାଲିଠୁ ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ପହଞ୍ଚି ଖୋଲତାଡ଼ ଅାରମ୍ଭ କରିଛି।

ଅାଜି ତଦନ୍ତକାରୀ ସଂସ୍ଥା ହାଲ୍ ଯାଇ ତନାଘନା ଜାରି ରଖିଛି। ଏନେଇ କୋରାପୁଟ୍ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅାଲୋଚନା କରିଛି ସିବିଅାଇ ଟିମ୍। ମାମଲାରେ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ-ହାଲ୍‌ର ୪ ଜଣ ଠିକାଦାରଙ୍କୁ ଗିରଫ କରାଯାଇଛି।

ହାଲ୍ ଫାଇନାନ୍ସ ମ୍ୟାନେଜର୍ ଭବେନ୍ ମିତ୍ରଙ୍କ ଉପରେ ଅାର୍ଥିକ ଅନିୟମିତତା ଅଭିଯୋଗ ଲାଗିଥିଲା । ଏନେଇ ତାଙ୍କ ଉପରେ ଅାଭ୍ୟନ୍ତରୀଣ ଅଡିଟ୍ ଚାଲିଥିଲା। ତେବେ ମାମଲା ସମ୍ପର୍କିତ କାଗଜପତ୍ର ଏବଂ ୧ ଲକ୍ଷ ୬୭ ହଜାର ଟଙ୍କାର ନୋଟ୍‌କୁ ନିଜ ଘରେ ଜାଲି ଦେଇ ଚମ୍ପଟ ମାରିଛନ୍ତି ଭବେନ୍।



from OTV Khabar https://ift.tt/2PnUvwK
ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼ Pradesh Pratyush ସିବିଅାଇର ଦୁଇ ଜଣିଅା ଟିମ୍ ସୁନାବେଡ଼ାରେ ଆରମ୍ଭ କଲେ ଖୋଳତାଡ଼ Pradesh Pratyush Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.