ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ OTV KHABAR BUREAU

ପୁରୀ: ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପାଳପୁର ଗାଁରେ। ଏଠାରେ ଜଣେ ୭ ବର୍ଷ ନାବାଳକର ଡ୍ରେନ୍‌ରେ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ବାଳକ ଜଣକ ହେଲେ ଗଣେଶ ନାୟକ।

ଗଣେଷ ଗତକାଲି ସନ୍ଧ୍ୟାରେ ଚା ପତି ଆଣିବା ପାଇଁ ଘରୁ ଆସିଥିଲେ। କିନ୍ତୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ  ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ।

ଆଜି ସକାଳୁ ନାବାଳକର ମୃତଦେହ ଡ୍ରେନ୍‌ରେ ଭାସୁଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରେ ଉତ୍ୟକ୍ତ ଗାଁ ଲୋକେ ଡ୍ରେନ୍‌ ବନ୍ଦ କରିବା ସହ କ୍ଷତିପୂରଣ ନ ମିଳିବା ଯାଏ ପୁରୀ କୋଣାର୍କ ରାସ୍ତା ଅବରୋଧ କରିଛନ୍ତି।

ଘଟଣାସ୍ଥଳରେ ପୁଲିସ୍‌ ଓ ଅତିରିକ୍ତ ଜିଲ୍ଲାପାଳ ଭବତାରଣ ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଏଥିସହତି ରେଡ୍‌କ୍ରସ୍‌ ପକ୍ଷରୁ ପରିବାରକୁ ୧୦ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।



from OTV Khabar https://ift.tt/2CDdsFc
ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ OTV KHABAR BUREAU ଡ୍ରେନ୍‌ରୁ ମିଳିଲା ନାବାଳକର ମୃତଦେହ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ OTV KHABAR BUREAU Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.