
ଭୁବନେଶ୍ୱର: ଓଲଟି ପଡ଼ିଲା ମିନି ବସ୍। ଫଳରେ ୧୨ଜଣ ଶ୍ରମିକ ଆହତ ହୋଇଛନ୍ତି। ହଂସପାଳ ବାଇପାସ୍ ନିକଟରେ ଅର୍ଥାତ୍ ଶିଶୁପାଳଗଡ଼ଠୁ ହଂସପାଳ ପର୍ଯ୍ୟନ୍ତ ଥିବା ବାଇପାସ୍ ନିକଟରେ ଆଜି ସକାଳେ ଏହି ଅଘଟଣ ଘଟିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଶ୍ରମିକମାନଙ୍କୁ ନେଇ ଶିଖରଚଣ୍ଡୀରୁ ପିପିଲି ଅଭିମୁଖେ ଯାଉଥିବା ମିନି ବସ୍ର ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା। ବସ୍ରେ ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଯାତ୍ରା କରୁଥିବା ଜଣାପଡ଼ିଛି।
from OTV Khabar https://ift.tt/2OLRg2Y
ଓଲଟି ପଡ଼ିଲା ମିନି ବସ୍; ୧୨ ଶ୍ରମିକ ଆହତ OTV KHABAR BUREAU
Reviewed by SUBHENDU BARAL
on
October 23, 2018
Rating:
No comments: