ସିବିଆଇ ବିବାଦ: ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ OTV KHABAR BUREAU

ନୂଆଦିଲ୍ଲୀ: ବର୍ତ୍ତମାନ ଛୁଟିରେ ଥିବା ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସରକାରଙ୍କ ବିରୋଧରେ ସେ ଆଣିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ୨ ସପ୍ତାହ ମଧ୍ୟରେ ସାରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସାମୟିକ ମୁଖ୍ୟ ଦାୟିତ୍ୱରେ ଥିବା ଏମ୍‌ ନାଗେଶ୍ୱର ରାଓ ଏହି ଅବଧିରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ସେ କେବଳ ପ୍ରଶାସନିକ ମୁଖ୍ୟ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି। ଏହା ବ୍ୟତୀତ ମଧ୍ୟରାତ୍ର ପରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏମ୍‌ ନାଗେଶ୍ୱର ରାଓଙ୍କୁ ଦାୟିତ୍ୱ ଦିଆଯିବା ପରଠାରୁ ସେ ଯେଉଁ ସବୁ ନିଷ୍ପତ୍ତି ନେଇଛନ୍ତି, ଏସମସ୍ତ ନିଷ୍ପତ୍ତି ବାବଦରେ କୋର୍ଟଙ୍କୁ ଜଣାଇବାକୁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି।

ଜଣେ ଅବସରପ୍ରାପ୍ତ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ୍‌(ସିଭିସି) ଏହି ମାମଲାର ତଦନ୍ତ କରିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୨ରେ ହେବ।

ଶ୍ରୀଯୁକ୍ତ ବର୍ମାଙ୍କ ନିକଟରୁ କ୍ଷମତା ଅପସାରଣ କରି ତାଙ୍କୁ ଛୁଟିରେ ପଠାଇଦେବାକୁ ନେଇ ସେ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏହାପରେ ଯୁଗ୍ମ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓଙ୍କୁ ସରକାର ଅନ୍ତରୀଣ କାଳୀନ ନିର୍ଦ୍ଦେଶକ ଦାୟିତ୍ୱ ଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ଶ୍ରୀଯୁକ୍ତ ବର୍ମା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।



from OTV Khabar https://ift.tt/2D3fxLm
ସିବିଆଇ ବିବାଦ: ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ OTV KHABAR BUREAU ସିବିଆଇ ବିବାଦ: ୨ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ OTV KHABAR BUREAU Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.