ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ସମ୍ମୁଖରେ ଧରାପଡ଼ିଲେ ୪ଜଣ ବ୍ୟକ୍ତି OTV KHABAR BUREAU

ନୂଆଦିଲ୍ଲୀ: ସିବିଆଇରେ ବଢ଼ିଥିବା ବିବାଦ ଥମି ନଥିବା ବେଳେ ପୁଣି ଏକ ଅପ୍ରୀତିକର ପରିସ୍ଥିତି ଘଟିଛି। ଛୁଟିରେ ଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ସମ୍ମୁଖରୁ ୪ଜଣ ବ୍ୟକ୍ତି ଧରା ପଡ଼ିଛନ୍ତି।

ଆଲୋକ ବର୍ମାଙ୍କ ଘରେ ଚାରିପଟେ ବୁଲୁଥିବା ଏହି ୪ଜଣଙ୍କୁ ବର୍ମାଙ୍କ ସୁରକ୍ଷା କର୍ମୀମାନେ କାବୁ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଥିଲା। ଆଜି ସକାଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର କଡ଼ା ସୁରକ୍ଷା ଜୋନ୍‌ କୁହାଯାଉଥିବା ଆକବର ରୋଡ ସ୍ଥିତ ବର୍ମାଙ୍କ ବାସଭବନ ସମ୍ମୁଖରେ ଏହି ୪ଜଣ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ନଜର ଆସିବା ପରେ ସୁରକ୍ଷା କର୍ମୀମାନେ କାବୁ କରିଥିଲେ। ସୁରକ୍ଷା କର୍ମୀ ସେମାନଙ୍କୁ ଶାର୍ଟ ଧରି ଟାଣି ଆଣୁଥିବାର ଦୃଶ୍ୟ ଭିଡିଓରୁ ଜଣାପଡ଼ିଛି।

ଏମାନେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଜୁନିଅର ଆସିଷ୍ଟାଣ୍ଟ୍ ଅଫିସର ବୋଲି କୁହାଯାଉଛି। ସେମାନଙ୍କ ନିକଟରୁ ପ୍ରମାଣପତ୍ର, ଫୋନ୍‌ ସବୁ ନିଆ ଯାଇଛି। ତେବେ ସେମାନଙ୍କୁ ବର୍ମାଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ କୁହାଯାଇଥିବା ନେଇ ଚର୍ଚ୍ଚା ହେଉଛି।



from OTV Khabar https://ift.tt/2AqmDqJ
ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ସମ୍ମୁଖରେ ଧରାପଡ଼ିଲେ ୪ଜଣ ବ୍ୟକ୍ତି OTV KHABAR BUREAU ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ସମ୍ମୁଖରେ ଧରାପଡ଼ିଲେ ୪ଜଣ ବ୍ୟକ୍ତି OTV KHABAR BUREAU Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.