ସାପ ଦେଖାଇବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ OTV KHABAR BUREAU

representational image

ପଟ୍ଟାମୁଣ୍ଡାଇ: ନାବାଳିକାକୁ ସାପ ଦେଖାଇବାକୁ କହି ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଗାଁର ଜଣେ ଯୁବକ ନାବାଳିକା ଜଣଙ୍କୁ ସାପ ଦେଖାଇବାକୁ କହି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଉକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ନାବାଳିକା ଜଣକ ସବୁଦିନ ଭଳି ଗତକାଲି ମଧ୍ୟ ଟ୍ୟୁସନ୍‌ ଯାଇଥିଲେ। ହେଲେ ଟ୍ୟୁସନ୍‌ ବନ୍ଦ ଥିଲା। ଏହି ସମୟରେ ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ସାପ ଦେଖାଇବାକୁ କହି ଡାକି ନେଇ ଦୁଷ୍କର୍ମ କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ୍‌ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।



from OTV Khabar https://ift.tt/2PlAqY7
ସାପ ଦେଖାଇବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ OTV KHABAR BUREAU ସାପ ଦେଖାଇବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ OTV KHABAR BUREAU Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.