ବୈଜୟନ୍ତଙ୍କ ହ୍ୟାଙ୍ଗର୍‌ ଓ ହେଲିକପ୍ଟର୍‌ ସିଲ୍ ଘଟଣା: ପୁଲିସ୍‌ର ନୀରବତାକୁ ନେଇ ଉଠିଲା ପ୍ରଶ୍ନ OTV KHABAR BUREAU

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍‌ ସିଲ୍ ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଦେଇଥିବା ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୁରୀ ପୁଲିସ୍‌ ପାଖକୁ ପଠାଇ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା।

ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍‌ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି।  ତେବେ ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍‌ ଏ ପଯର୍ୟନ୍ତ ହ୍ୟାଙ୍ଗର୍‌ ସିଲ୍ ନ ଖୋଲିବାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ଚିଲିକା ଉପରେ ହେଲିକପ୍ଟର୍‌ ଉଡ଼ିବା ମାମଲାରେ ବୈଜୟନ୍ତଙ୍କୁ  DGCA କ୍ଲିନ୍‌ଚିଟ୍‌ ଦେଇଛନ୍ତି। ହେଲିକପ୍ଟର୍‌ ଉଡ଼ାଣରେ କୌଣସି ଉଲ୍ଲଙ୍ଘନ ହୋଇନାହିଁ, କି ହେଲିକପ୍ଟର୍ ବିପଦଜନକ ଭାବେ ଉଡ଼ାଣ କରିନାହିଁ କି ଚିଲିକାରେ ଅବତରଣ କରିନାହିଁ ବୋଲି ରିପୋର୍ଟ ଦେଇଛନ୍ତି  DGCA।

କିନ୍ତୁ ପୁରୀ ପୁଲିସ୍‌ ଏହାକୁ ମାନିବାକୁ ନାରାଜ । DGCAଙ୍କଠାରୁ ପୁଣି ତଥ୍ୟ ମାଗିବ ବୋଲି ଆଜି ପୁରୀ ଏସ୍.ପି. ସାର୍ଥକ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚିଲିକା ଉପରେ ନିର୍ଦ୍ଦିଷ୍ଟ କେତେ ଉଚ୍ଚରେ ଉଡ଼ିଥିଲା ହେଲିକପ୍ଟର୍‌। ସେ ନେଇ ପୁଣି ତଥ୍ୟ ମଗାଯିବ। ଉଡ଼ାଣର ଉଚ୍ଚତା ନେଇ ତଥ୍ୟ ଦେଇନାହାନ୍ତି DGCA । ଏନେଇ DGCAଙ୍କୁ ପୁଣି ତଥ୍ୟ ମାଗିବୁ ବୋଲି ପୁରୀ ଏସ୍‌ପି କହିଛନ୍ତି।

 

 

 



from OTV Khabar https://ift.tt/2D737SK
ବୈଜୟନ୍ତଙ୍କ ହ୍ୟାଙ୍ଗର୍‌ ଓ ହେଲିକପ୍ଟର୍‌ ସିଲ୍ ଘଟଣା: ପୁଲିସ୍‌ର ନୀରବତାକୁ ନେଇ ଉଠିଲା ପ୍ରଶ୍ନ OTV KHABAR BUREAU ବୈଜୟନ୍ତଙ୍କ ହ୍ୟାଙ୍ଗର୍‌ ଓ ହେଲିକପ୍ଟର୍‌ ସିଲ୍ ଘଟଣା: ପୁଲିସ୍‌ର ନୀରବତାକୁ ନେଇ ଉଠିଲା ପ୍ରଶ୍ନ OTV KHABAR BUREAU Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.