ବଢ଼ିଲା ଅଭିଜିତ ଆୟାରଙ୍କ ଅଡ଼ୁଆ, ଟ୍ୱିଟର୍‌କୁ ମଗାଗଲା ସବିଶେଷ ତଥ୍ୟ OTV KHABAR BUREAU

ଭୁବନେଶ୍ୱର: ବଢ଼ିଲା ଅଭିଜିତ ଆୟାର ମିତ୍ରଙ୍କ ଅଡ଼ୁଆ। ସେ ଟ୍ୱିଟ୍‌ରରେ କ’ଣ କ’ଣ ଲେଖିଥିଲେ, ସେ ସଂପର୍କରେ ସବିବେଶ ତଥ୍ୟ ଦେବାକୁ ସହିଦ ନଗର ଥାନା ପୁଲିସ୍‌ ଟ୍ୱିଟର୍‌କୁ ଚିଠି ଲେଖିଛି। ଅଭିଜିତ କେଉଁ ନମ୍ବର୍‌, କେଉଁ ମେଲ୍ IDରେ ଆକାଉଣ୍ଟ୍ ଖୋଲିଛନ୍ତି, କେଉଁ ସମୟରେ କ’ଣ ପୋଷ୍ଟ କରିଛନ୍ତି ତା’ର ସମସ୍ତ ତଥ୍ୟ ମଗାଯାଇଛି।

ଗତକାଲି ଗିରଫ କରାଯିବା ପରେ ଅଭିଜତ୍ ଆୟାର ମିତ୍ରଙ୍କୁ କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତରେ ରଖାଯାଇଛି। ଏଥିପାଇଁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି।

ଅନ୍ୟପଟେ କୋଣାର୍କ ଥାନାରେ  ମଧ୍ୟ ତାଙ୍କ ନାଁରେ ଏତଲା ଥିବାରୁ କୋଣାର୍କ ପୁଲିସ୍‌ ଅଭିଜିତଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ SDJM କୋର୍ଟରେ ଆବେଦନ କରିଛି।



from OTV Khabar https://ift.tt/2yvanUI
ବଢ଼ିଲା ଅଭିଜିତ ଆୟାରଙ୍କ ଅଡ଼ୁଆ, ଟ୍ୱିଟର୍‌କୁ ମଗାଗଲା ସବିଶେଷ ତଥ୍ୟ OTV KHABAR BUREAU ବଢ଼ିଲା ଅଭିଜିତ ଆୟାରଙ୍କ ଅଡ଼ୁଆ, ଟ୍ୱିଟର୍‌କୁ ମଗାଗଲା ସବିଶେଷ ତଥ୍ୟ OTV KHABAR BUREAU Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.