
ବ୍ରହ୍ମପୁର: ସାମାନ୍ୟ ବଚସାକୁ ନେଇ ସାଙ୍ଗର ତଣ୍ଟି ଚିପି ହତ୍ୟା କଲେ ୨ ସାଙ୍ଗ। ଏଭଳି ଅଭିଯୋଗ ଆସିଛି ଭଞ୍ଜନଗର ବଡ଼ଗଡ଼ ଥାନା ଏକଲପୁର ଗାଁରୁ। ମୃତକ ହେଲେ ସେହି ଗାଁର ସୀତାରାମ।
ସୂଚନା ଅନୁସାରେ, ସାଙ୍ଗ ଜିତୁ ରାଉତ ଓ ଜିଲୁ ନାୟକଙ୍କ ସହିତ କୌଣସି ଏକ କାରଣକୁ ନେଇ ସୀତାରାମଙ୍କ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଜିତୁ ଓ ଜିଲୁ ଅତର୍କିତ ଭାବେ ସୀତାରାମଙ୍କ ତଣ୍ଟି ଚିପିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ପରେ ଜିତୁକୁ କାବୁ କରି ପୁଲିସ୍କୁ ଖବର ଦେଇଥିଲେ ଗାଁ ଲୋକେ। ପୁଲିସ୍ ଜିତୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବାବେଳେ ଜିଲୁ ଘଟଣାସ୍ଥଳରୁ ଫେରାର୍ ଅଛି।
from OTV Khabar https://ift.tt/2PncC5T
ବନ୍ଧୁ ସାଜିଲା ବୈରୀ OTV KHABAR BUREAU
Reviewed by SUBHENDU BARAL
on
October 26, 2018
Rating:
No comments: