ମର୍ଣ୍ଣିଂ ୱାକ୍ ବେଳେ ନାବାଳକଙ୍କୁ ହତ୍ୟା OTV KHABAR BUREAU

କଳାହାଣ୍ଡି: ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଜଣେ ନାବାଳକଙ୍କୁ ପଥର ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଣି ଗାଁ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୧୭ ବର୍ଷୀୟ କୈଳାସ ମାଝି। ସେ ପାଣିଗାଁର ବୋଲି ଜଣାପଡ଼ିଛି।

ସବୁଦିନ ଭଳି ଆଜି ଭୋର ସମୟରେ କୈଳାସ ମର୍ଣ୍ଣିଂ ୱାକ୍‌ରେ ଡୁମେରମୁଣ୍ଡା ରାସ୍ତାକୁ ଯାଇଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସକାଳ ୮ଟା ବେଳେ ଏକ ବିଲରୁ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ସହ ତଦନ୍ତ କରୁଛି।



from OTV Khabar https://ift.tt/2zapzGq
ମର୍ଣ୍ଣିଂ ୱାକ୍ ବେଳେ ନାବାଳକଙ୍କୁ ହତ୍ୟା OTV KHABAR BUREAU ମର୍ଣ୍ଣିଂ ୱାକ୍ ବେଳେ ନାବାଳକଙ୍କୁ ହତ୍ୟା OTV KHABAR BUREAU Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.