
ଭୁବନେଶ୍ୱର: ପୁଲିସ୍ ଓ ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଫେସ୍ବୁକ୍ ଭିଡିଓ ମାଧ୍ୟମରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ନିବେଦନ କରିଛନ୍ତି।
ଆଜି ଫେସ୍ବୁକ୍ରେ ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି, ପୁଲିସ୍ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ଦେଡ଼ମାସରୁ ଅଧିକ ସମୟ ହେଲା କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏଥିଯୋଗୁ ରାଜ୍ୟରେ ଏକ ପ୍ରକାର ସ୍ଥିତାବସ୍ଥା ଦେଖାଦେଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବିବାଦର ସମାଧାନ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିପାରୁ ନଥିବାରୁ ସାଧାରଣ ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି। ଜମିଜମା ବିବାଦ, ଜାମିନ ଆଦି ମାମଲା କୋର୍ଟରେ ହୋଇପାରୁନି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ଏଥିପ୍ରତି ତାଙ୍କର ତାଙ୍କର ଉତ୍ତର ଦାୟିତ୍ୱ ରହିଛି। ସେ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଧର୍ମେନ୍ଦ୍ର ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି।
from OTV Khabar https://ift.tt/2D1xgCP
No comments: