୨୭ ଅକ୍ଟୋବର, ଶନିବାର

ମେଷ – ବ୍ୟବସାୟରେ ଲାଭଜନକ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ଜିଣିବେ ଓ ଧନ ଲାଭ ହେବ ।

ବୃଷ – ବିବାଦୀୟ ଘଟଣାରେ ବିଜୟୀ ହେବେ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫ ଜନିତ ପୀଡା ଅନୁଭବ କରିବେ । ମଧୁରଭାଷୀ ହେବେ ।

ମିଥୁନ – ବନ୍ଧୁ ମେଳରେ ସମୟ ବିତାଇ ପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ୱୀ ହେବେ । ଚଞ୍ଚଳ ପ୍ରକୃତିର ହେବେ ।

କର୍କଟ- ବିପଦରୁ ଉଧୁରୀ ଯିବେ । ସୁଖ-ସନ୍ତୋଷରେ ଦିନଟି ଅତିବାହିତ କରିପାରନ୍ତି । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହେବେ ।

ସିଂହ – ଜଗନ୍ନାଥଙ୍କ ଦର୍ଶନ ଲାଭ କରିବାର ସୁଯୋଗ ସୃଷ୍ଟି ହୋଇଛି । ସତ୍ସଙ୍ଗୀ ହେବେ । ଭାଗ୍ୟବାନ ହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି ।

କନ୍ୟା – ସୁସ୍ଥ ଓ ନିରାମୟ ରହିବେ । ସ୍ୱାଭିମାନୀ ହେବେ । ସହ ଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ହେବେ ।

ତୁଳା – ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହ ଯୋଗ ମିଳିବ । ବ୍ୟବସାୟ ଲାଭଜନକ ହୋଇପାରେ । ସେବା ମନୋଭାବର ହୋଇପାରନ୍ତି । ଶାନ୍ତ ଧୈର୍ଯ୍ୟବାନ ହେବେ ।

ବିଛା – ହଜିଯାଇଥିବା ଦ୍ରବ୍ୟ ଖୋଜିଲେ ପାଇବେ । ଧୈର୍ଯ୍ୟବାନ୍ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ ।

ଧନୁ – ଧନ ଅର୍ଜନ କରିବା ସହିତ ଧର୍ମମତି ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।

ମକର – ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମକୁ ଶ୍ରେୟ ମଣିବେ । ସୁସ୍ଥ ଓ ନିରାମୟ ରହିବେ ।

କୁମ୍ଭ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁର ସମ୍ଭାଷଭରେ ପରକୁ ଆପଣାର କରିପାରନ୍ତି ।

ମୀନ – କର୍ମକ୍ଷେତ୍ରର ମାର୍ଗ ଉନ୍ମମୁକ୍ତ ରହିଛି । ଆଗକୁ ବଢି ଚାଲିବେ । ପରମ ଭାଗ୍ୟଶାଳୀ ହେବେ । ପରଦେଶବାସୀ, ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ ।



from News7 https://ift.tt/2qbIpsq
୨୭ ଅକ୍ଟୋବର, ଶନିବାର ୨୭ ଅକ୍ଟୋବର, ଶନିବାର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.