ଟେଲିଭିଜନ ଅଭିନେତ୍ରୀ ସୋନାଲ ଏବେ ତାଙ୍କ ସହ ଘଟିଥିବା ଯୌନଶୋଷଣର ଅଭିଯୋଗ ଆଣିଛନ୍ତି । ସୋନାଲ ଭେଙ୍ଗୁରଲେକରଙ୍କ ଶେଷ ଧାରାବାହିକ ଥିଲା ସାମ ଦାମ ଦଣ୍ଡ ଭେଦ । ସେ କହିଛନ୍ତି ଯେ, ଏକ ଅନଲାଇନ ପୋର୍ଟାଲରେ ଅଭିନୟ ପାଇଁ ଅଡିସନ ଦେବାଲାଗି ମୁମ୍ବାଇର କାଷ୍ଟିଙ୍ଗ ନିର୍ଦ୍ଦେଶକ ଏବଂ ଫଟୋଗ୍ରାଫର ରାଜା ବଜାଜଙ୍କ ପାଖକୁ ସେ ୨୦୧୨ମସିହାରେ ଯାଇଥିଲେ । ତାଙ୍କୁ ସେତେବେଳେ ମାତ୍ର ୧୯ବର୍ଷ ବୟସ ହୋଇଥିଲା । ଆଗରୁ ଅଭିନୟ ଶିଖିନଥିବାରୁ ଅଡିସନବେଳେ ସେ ଠିକ୍ରେ ସଂଳାପ କହିପାରିନଥିଲେ । ଫଳରେ ରାଜା ତାଙ୍କୁ କହିଥିଲେ ସେ ଦେବୀଭଳି ମୁହଁ ପାଇଛନ୍ତି , କିନ୍ତୁ ଅଭିନୟ ଶିଖିବାକୁ ହେବ । ଏଥିସହ ଅଭିଜ୍ଞତା ପାଇଁ ଗୋଟିଏ ସୁଟିଂରେ ତାଙ୍କୁ ସହାୟତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସୋନାଲ ମଧ୍ୟ ମୁମ୍ବାଇର ଲୋନାଭେଲାରେ ଚାଲିଥିବା ଏକ ସୁଟିଂରେ ରାଜାଙ୍କୁ ସହାୟତା କରିଥିଲେ । ସେ ଏହି ସୁଟରେ ଅଭିନୟ କରୁନଥିଲେ । କିନ୍ତୁ ସୁଟିଂ ସେଟରେ ବିଭିନ୍ନ ପୋଷକ ଟ୍ରାଏଲ କରିବା ପାଇଁ ତାଙ୍କୁ ରାଜା କହିଥିଲେ । ସେ ତ ଅଭିନୟ କରୁନାହାଁନ୍ତି , ତେଣୁ ଡ୍ରେସ କାହିଁକି ଟ୍ରାଏଲ କରିବେ ବୋଲି ସୋନାଲ ପଚାରିଥିଲେ । ତେବେ ଏହାର କୌଣସି ଉତ୍ତର ନଦେଇ ଡ୍ରେସ ଟ୍ରାଏଲ କରିବା ପାଇଁ ରାଜା ତାଙ୍କୁ ବାଧ୍ୟ କରିଥିଲେ । ସେତେବେଳକୁ ରାଜା ଏକ କ୍ରିମ ବୋତଲ ଧରିଥିଲେ ଓ କହିଥିଲେ ଯେ, ଡ୍ରେସ ପିନ୍ଧିବା ପୂର୍ବରୁ ଛାତିରେ କ୍ରିମଟି ମାଲିସ କରିବାକୁ । କାରଣ କ୍ରିମ ମାଲିସ କଲେ ଭଲ ସେପ୍ ଆସିବ ବୋଲି ମଧ୍ୟ ରାଜା କହିଥିଲେ । ଏମିତି କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଉଥିବାବେଳେ ନିଜେ ରାଜା ଆସି ସେହି କ୍ରିମକୁ ତାଙ୍କ ଛାତିରେ ମାଲିସ କରିଥିଲେ । ତାଙ୍କୁ ଏଥିରେ ବହୁତ ଖରାପ ଲାଗିଥିଲା ଓ ସେ ସେଠାରୁ ଦୌଡି ନିଜ ହୋଟେଲ ରୁମକୁ ଫେରି ଆସିଥିଲେ ବୋଲି ସୋନାଲ କହିଛନ୍ତି ।

from News7 https://ift.tt/2zbsZZx
No comments: