ପ୍ରକୃତ ବୟସଠାରୁ ୨୦ବର୍ଷ କମଭଳି ଦେଖାଯିବାକୁ ଚାହାଁନ୍ତି କି? ଜାଣନ୍ତୁ କ’ଣ ଖାଇଲେ ହେବ ସମ୍ଭବ

୧.ଖଡ଼ା ଶାଗ: ଖଡ଼ା ଶାଗରେ ଲୁଟେନ୍ ଏବଂ ଜେକ୍ସାନଥିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ବୟସ ସମ୍ବନ୍ଧୀୟ ମାନସିକ ସମସ୍ୟାକୁ ଦୂର କରିଥାଏ,ଦୃଷ୍ଟିଶକ୍ତି ବଢ଼ାଇଥାଏ ଏବଂ ହାଡ଼କୁ ମଜବୁତ କରିଥାଏ।

୨.ବ୍ରୋକୋଲି: ବ୍ରୋକୋଲି ଏକ ପୋଷକଯୁକ୍ତ ଖାଦ୍ୟ ।ଏଥିରେ ଭିଟାମିନ,କ୍ୟାଲସିୟମ୍ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ଖାଇଲେ ବୟସଗତ ସମସ୍ୟାରୁ ମୁକ୍ତି ମିଳେ।

୩.ଟମାଟୋ: ଟମାଟୋରେ ଲାଇକୋପାଇନ ଥାଏ ଯାହା ବୟସାଧିକ୍ୟ ଯୋଗୁଁ ଚର୍ମକୁଞ୍ଚନକୁ ଏହା ଦୂର କରିଥାଏ ଏବଂ ମୃତ କୋଷଗୁଡ଼ିକୁ ବାହାର କରି ନବଯୈାବନ ପ୍ରଦାନ କରିଥାଏ।

୪.ଗ୍ରୀନ୍ ଟି: ଗ୍ରିନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି ଯାହା ଚର୍ମ କୁଞ୍ଚନକୁ ଦୂର କରି ମେଦବହୁଳତାକୁ ହ୍ରାସ କରିଥାଏ।

୫.ଜାମୁକୋଳି: ଜାମୁକୋଳିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଶରୀରରୁ କ୍ଷତିକାରକ ଉପାଦାନକୁ ବାହାର କରି ଶରୀରର କୋଷକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥାଏ।

୬.ଡାର୍କ ଚକୋଲେଟ: ଡାର୍କ ଚକୋଲେଟରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ରୋକିଥାଏ ଏବଂ ମୁକ୍ତ ଉପାଦାନ ଯାହା ଆମ କୋଷକୁ କ୍ଷତି ପହଞ୍ଚାଇଥାଏ ତାକୁ ନଷ୍ଟ କରିଥାଏ।

୭.ମହୁ: ମହୁ ବ୍ୟାକ୍ଟେରିଆ ବିହୀନ ହୋଇଥାଏ ଯାହା ସଂକ୍ରମଣକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ଏହା ନଷ୍ଟ ହୋଇଯାଇଥିବା ମସ୍ତିଷ୍କ କୋଷ ଏବଂ କ୍ଷତକୁ ପୁର୍ନଜୀବିତ କରିଥାଏ।

୮.ସାଲମନ୍ ମାଛ: ପ୍ରୋଟିନ୍,ଧାତବ ପଦାର୍ଥ,ଭିଟାମିନ୍-B ଏବଂ E ରେ ଗଢ଼ା ସାଲମନ୍ ମାଛ ସୁସ୍ଥ ହୃଦୟ ପାଇଁ ଏକ ସ୍ବାସ୍ଥ୍ୟକର ଖାଦ୍ୟ। ଏହା ତ୍ବଚାରେ ବୟସର ଦାଗ ଏବଂ ଚର୍ମ କୁଞ୍ଚନକୁ ଦୂର କରି ତ୍ବଚାକୁ ଏକ ସୁନ୍ଦର ଗଠନ ଦେଇଥାଏ।

୯.ରସୁଣ: ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ ଯାହା ଶରୀରରେ ରକ୍ତଚାପ ଏବଂ କୋଲେଷ୍ଟ୍ରୋଲର ପରିମାଣକୁ କମ୍ କରି ନବଯୈାବନ ପ୍ରଦାନ କରିଥାଏ।

୧୦.ବାଦାମ: ବାଦାମରେ ଓମେଗା-୩ ଥାଏ ଯାହା ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିଥାଏ। କୋଷର କାର୍ଯ୍ୟକୁ ସକ୍ରିୟ କରିବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗର  କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିଥାଏ।

 

 



from News7 https://ift.tt/2yEkjeL
ପ୍ରକୃତ ବୟସଠାରୁ ୨୦ବର୍ଷ କମଭଳି ଦେଖାଯିବାକୁ ଚାହାଁନ୍ତି କି? ଜାଣନ୍ତୁ କ’ଣ ଖାଇଲେ ହେବ ସମ୍ଭବ ପ୍ରକୃତ ବୟସଠାରୁ ୨୦ବର୍ଷ କମଭଳି ଦେଖାଯିବାକୁ ଚାହାଁନ୍ତି କି? ଜାଣନ୍ତୁ କ’ଣ ଖାଇଲେ ହେବ ସମ୍ଭବ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.