ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଦବଦବା ଜାରି

ସେମିଫାଇନାଲରେ ଏସିଆନ ଗେମ୍ସର ଗୋଲ୍ଡ ମେଡାଲିଷ୍ଟ ଜାପାନକୁ ୩-୨ ଗୋଲରେ ହରାଇ ଫାଇନାଲ ପାଇଁ ସ୍ଥାନ ପକ୍କା କରିଛି ଡିଫେଣ୍ଡିଂ ଚାମ୍ପିଅନ ଭାରତ। ଫାଇନାଲରେ ଆଜି ପାରମ୍ପରିକ ପ୍ରତିଦ୍ବନ୍ଦ୍ବି ପାକିସ୍ତାନ ସହ ହେବ ଟକ୍କର। ମ୍ୟାଚରେ ଭାରତକୁ କଡା ଟକ୍କର ଦେଇଥିଲା ଜାପାନ। ଖେଳର ୧୯ ମିନିଟରେ ଭାରତ ପାଇଂ ପ୍ରଥମ ଗୋଲ ସ୍କୋର କରିଥିଲେ ଯୁବ ଷ୍ଟ୍ରାଇକର ଗୁରୁଜନ୍ତ ସିଂ। ରିଭର୍ସ ହିଟରେ ଚମତ୍କାର ଫିଲ୍ଡ ଗୋଲ ଦେଇଥିଲେ। ତେବେ ମାତ୍ର ତିନି ମିନିଟ ପରେ ପେନାଲ୍ଟି କର୍ଣ୍ଣର ଜରିଆରେ ଜାପାନ ଗୋଲ ସୁଝି ଦେଇଥିଲା। ତେବେ ମ୍ୟାଚର ୪୪ ମିନିଟରେ ଭାରତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଆଉ ଗୋଟିଏ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲା। ଚିଙ୍ଗଲେନସାନା ସିଂ ଏହି ଗୋଲଟି ଦେଇଥିଲେ। ଏହାର ମାତ୍ର ୫ ମିନିଟ ପରେ ଦିଲପ୍ରିତ ଆଉ ଗୋଟିଏ ଗୋଲ ଦେଇ  ଗୋଲ ବ୍ୟବଧାନକୁ ବଢାଇବା ସହ ମ୍ୟାଚକୁ ଭାରତ ପକ୍ଷକୁ ମୋଡି ଦେଇଥିଲେ। ତେବେ ଭାରତର ଖୁସି ଗୋଟିଏ ମିନିଟ ପରେ ଉଭେଇ ଯାଇଥିଲା। ପେନାଲ୍ଟି କର୍ଣ୍ଣର ଜରିଆରେ ଜାପାନ ଆଉ ଗୋଟିଏ ଗୋଲ ଦେଇ ଗୋଲ ବ୍ୟବଧାନକୁ କମାଇଥିଲା। ତାପରେ ଭାରତୀୟ ଗୋଲ ପୋଷ୍ଟ ଉପରେ ଜାପାନ ଘନ ଘନ ଆକ୍ରମଣ ଜରିରଖିଥିଲା। କିନ୍ତୁ ଭାରତୀୟ ରକ୍ଷଣବିଭାଗ ଖେଳାଳି ଜାପାନକୁ କୌଣସି ମୌକା ଦେଇନଥିଲେ। ସେପଟେ ଦ୍ବିତୀୟ ସେମିଫାଇନାଲରେ ମାଲେସିଆକୁ ପେନାଲ୍ଟି ସୁଟଆଉଟରେ ୩-୧ ଗୋଲରେ ହରାଇଛି ପାକିସ୍ତାନ। ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୪ଟି ଲେଖାଏଁ ଗୋଲ ଦେବାରୁ ମ୍ୟାଚର ଫଳାଫଳ ପେନାଲ୍ଟି ସୁଟଆଉଟରେ ହୋଇଥିଲା।



from News7 https://ift.tt/2yFsiIf
ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଦବଦବା ଜାରି ଏସିଆନ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଦବଦବା ଜାରି Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.