ଲୁଚକାଳି ଖେଳୁଛି ସୁନ୍ଦରୀ; ଫେଲ ମାରିଚି ସୁନ୍ଦରୀ ଧରା ଅଭିଯାନ

ଅନୁଗୁଳ ୨୮/୧୦ : ସାତକୋଶିଆ ଜଙ୍ଗଲର ଅସନବାହାଳ ନିକଟରେ ରହିଛି ‘ସୁନ୍ଦରୀ’ | ବାଘମୁଣ୍ଡା ନେଚର କ୍ୟାମ୍ପରୁ ମାତ୍ର ୧ କିମି ମଧ୍ୟରେ ରହିଛି ‘ସୁନ୍ଦରୀ’ | ୧ରୁ ୨ କିମି ପରିଧି ମଧ୍ୟରେ ବୁଲୁଛି ସୁନ୍ଦରୀ | ଗତକାଲି ଏକ ଟିମ୍ ଯାଇଛି ବାଘମୁଣ୍ଡା ନେଚର କ୍ୟାମ୍ପ | ଆସନ୍ତାକାଲି ପହଞ୍ଚିବେ ମଧ୍ୟପ୍ରଦେଶରୁ ଆସୁଥିବା ଟିମ୍ | ବାଘୁଣୀକୁ ଧରିବା ପାଇଁ ମଇଁଷି ବନ୍ଧା ଯାଇଛି | କିଏ ମଇଁଷିର ପାଖ ମାଡୁନାହାନ୍ତି | ବାଘୁଣୀ ମଧ୍ୟ ମଇଁଷିର ପାଖ ମାଡୁନି | ବାଘୁଣୀକୁ କାବୁ କରିବାକୁ ଯାଇଥିବା ନନ୍ଦନକାନନ ଟିମ ଫେରି ଆସିଛି | ଆଉ ଏକ ଟିମ ସୁନ୍ଦରୀ ଧରା ଅଭିଯାନରେ ସାମିଲ ହୋଇଛି | ମଧ୍ୟପ୍ରଦେଶର ଏକ ଟିମ କଲି ଆସି ସାତକୋଶିଆରେ ପହଂଚିବେ | ସୁନ୍ଦରୀକୁ ଧରିବା ପାଇଁ ସୁନାବେଡାରୁ ଏକ ସ୍ୱୟଂଚାଳିତ ଯନ୍ତା ଆସିଛି | ସେପଟେ ସୁନ୍ଦରୀକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ସାତକୋଶିଆ ଅଞ୍ଚଳବାସୀ |



from News7 https://ift.tt/2OaD9Pa
ଲୁଚକାଳି ଖେଳୁଛି ସୁନ୍ଦରୀ; ଫେଲ ମାରିଚି ସୁନ୍ଦରୀ ଧରା ଅଭିଯାନ ଲୁଚକାଳି ଖେଳୁଛି ସୁନ୍ଦରୀ; ଫେଲ ମାରିଚି ସୁନ୍ଦରୀ ଧରା ଅଭିଯାନ Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.