ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଗାନ୍ଧୀନଗର ୩୧|୧୦:  ଗୁଜରାଟରେ  ଉନ୍ମୋଚିତ ହୋଇଛି ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ଏକତାର ପ୍ରତିକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯାଇଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ପରେ ମୋଦି କହିଛନ୍ତି ଦେଶର ବିରାଟ ବ୍ୟକ୍ତିତ୍ବଙ୍କୁ ଆଜି ଉଚିତ୍  ସ୍ଥାନ ମିଳିଛି । ଆଜି ଯାହା ହୋଇଛି ଏହା ଇତିହାସରେ ସ୍ଥାନ ପାଇଛି । ସର୍ଦ୍ଦାରଙ୍କ ପ୍ରତିମାକୁ ଦେଶକୁ ଉତ୍ସର୍ଗୀକୃତ କରିବାର ଅବସର ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ମୋଦି । ଏହାକୁ ସଫଳ କରାଇଥିବାରୁ ଦେଶର ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି ।

ଗୁଜୁରାଟ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ନିର୍ମିତ ୧୮୨ ମିଟର ଉଚ୍ଚର ନିର୍ମିତ ହୋଇଛି ଏହି ପ୍ରତିମୂର୍ତ୍ତି । ଏଥିପାଇଁ ୩୩ ମାସ ସମୟ ଲାଗିଥିବା ବେଳେ ମୋଟ୍ ୨ ହଜାର ୯୯୮ କୋଟି ଖର୍ଚ୍ଚ ହୋଇଛି । ଅକ୍ଟୋବର ୩୧ ତଥା ଆଜି ସର୍ଦ୍ଦାର ପଟେଲଙ୍କ ୧୪୩ତମ ଜୟନ୍ତୀ  ଅବସରରେ ଏହି ପ୍ରତିମୂର୍ତ୍ତି ହୋଇଛି । ଏହି ଅବସରରେ ଗୁଜରାଟ ପୋଲିସ, ସଶସ୍ତ୍ର ଅର୍ଦ୍ଧସୈନିକ ବଳର ବ୍ୟାଣ୍ଡ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି । ୨୯ ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର କଳାକାର ନୃତ୍ୟ ପରିବେଷଣ କରିଛନ୍ତି । ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି କୁହାଯାଉଥିବା ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ଠୁ ଏହା ଦୁଇ ଗୁଣ ଉଚ୍ଚ।  ।

୨୦୧୦ ମସିହା ଅଗଷ୍ଟରେ ଗୁଜୁରାଟର ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ପାଇଁ ଏକ ପ୍ରସ୍ତାବ ପାସ କରିଥିଲେ । ସେହି ବର୍ଷ ଅକ୍ଟୋବର ମାସରେ ପ୍ରକଳ୍ପ ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ୨୦୧୧ ମାର୍ଚ୍ଚରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଷ୍ଟ୍ରୀୟ ଏକତା ଟ୍ରଷ୍ଟ ଗଠନ ହୋଇଥିଲା । ଜୁନ୍ ୨୦୧୨ରେ ପ୍ରକଳ୍ପ ପାଇଁ ପ୍ରଥମ ଟେଣ୍ଡର ଡକାଯାଇଥିଲା । ୨୦୧୩ ଅକ୍ଟୋବରରେ ଏହାର ଶିଳାନ୍ୟାସ କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ପରେ ସାରା ଦେଶରୁ ଲୁହା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଷ୍ଟାଚ୍ୟୁ ଅଫ ୟୁନିଟି ପାଇଁ ସାରା ଦେଶର ବିଭିନ୍ନ ସ୍ଥାନରୁ ୧୩୫ ମେଟ୍ରିକ ଟନ୍ ଲୁହା ସଂଗ୍ରହ ହୋଇଥିଲା । ସେଗୁଡିକ ତରଳାଇ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହାର କରାଯାଇଥିଲା ।  ଅକ୍ଟୋବର ୨୦୧୫ରେ ଗାନ୍ଧିନଗର ସ୍ବର୍ଣ୍ଣିମ ପାର୍କରେ ପ୍ରତିମୂର୍ତ୍ତିର ପ୍ରତିରୂପ ସ୍ଥାପନ କରାଯାଇଥିଲା । ୨୦୧୮ ଚଳିତ ମାସରେ ପ୍ରତିମୂର୍ତ୍ତି ନିର୍ମାଣ ସରିଥିଲା  ।



from News7 https://ift.tt/2qkdLNL
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.