ନଭେମ୍ବର ୨ତାରିଖରେ ଆଉ ଥରେ ହାଜର ହେବେ ଅଭିଜିତ

ଭୁବନେଶ୍ୱର ୨୩/୧୦ : ଆଜି ବିଧାନସଭା ଗୃହ କମିଟିରେ ହାଜର ହୋଇଥିଲେ ଅଭିଜିତ ଆୟାର ମିତ୍ର | ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ନିର୍ଦ୍ଦେଶ ଦେଇଥିଲା ଗୃହ କମିଟି | ଓଡିଶାର ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁଁ ତାଙ୍କ ନାଁରେ ଏକାଧିକ ମାମଲା ରହିଛି | ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହରେ ବୈଠକ ବସିଥିଲା | ଆଜି ଅଭିଜିତଙ୍କ ବୟାନ ରେକର୍ଡ ହୋଇଛି | ଆଜି ପ୍ରଥମ ପର୍ଯ୍ୟାୟ ଜେରା ସାରିଛି | ବୈଠକରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ | ଆସନ୍ତା ନଭେମ୍ବର ୨ତାରିଖରେ ଆଉ ଥରେ ହାଜର ହେବ ପାଇଁ ଅଭିଜିତ ଆୟାରଙ୍କୁ ନିର୍ଦେଶ ଦିଆଯାଇଛି | ସେହିଦିନ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ସତ୍ୟପାଠରେ ସେ କୌଣସି ଓକିଲ ରଖିବେ, କି ଆଉ କାହାକୁ ସାକ୍ଷୀ ରଖିବାକୁ ଚାହୁଁଛନ୍ତି ସେନେଇ ଉଲ୍ଲେଖ କରିପାରିବେ ବୋଲି କହିଛନ୍ତି ନରସିଂହ ମିଶ୍ର | ସତ୍ୟପାଠ ଆଧାରରେ କମିଟି ପରବର୍ତ୍ତୀ ନିଷ୍ପତ୍ତି ନେବ | ଏହାପରେ କମିଟି ତାର ରିପୋର୍ଟ ଗୃହକୁ ଦେବ | ବର୍ତ୍ତମାନ ତଦନ୍ତ ଅସମାପ୍ତ ରହିଛି ବୋଲି ନିଜର ପ୍ରତିକ୍ରିୟାରେ କହିଛନ୍ତି ନରସିଂହ ମିଶ୍ର |



from News7 https://ift.tt/2ywylyS
ନଭେମ୍ବର ୨ତାରିଖରେ ଆଉ ଥରେ ହାଜର ହେବେ ଅଭିଜିତ ନଭେମ୍ବର ୨ତାରିଖରେ ଆଉ ଥରେ ହାଜର ହେବେ ଅଭିଜିତ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.