ଆନନ୍ଦପୁରରେ ଗାଧୋଇବା ବେଳେ ନଦୀରେ ବୁଡି ଯାଇ ଯୁବକ ମୃତ

କେନ୍ଦୁଝର ୨୫।୧୦ : କେନ୍ଦୁଝର ଜିଲ୍ଲା ଘସିପୁରା ଥନା ଅନ୍ତର୍ଗତ କୂଶେଇ ନଦୀ ଦେଓଗାଁ ଘାଟଠାରେ  ବୁଡିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ଦେଓଗାଁ ର ରମେଶ ରାଉତ । ରମେଶ ଆଜି ନଦୀରେ ଗାଧୋଇବା ସମୟରେ ହଠାତ୍ ତାଙ୍କ ଗୋଡ ଖସିଯିବାରୁ ସେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବରପାଇ ସ୍ଥାନୀୟ ଯୁବକମାନେ ନଦୀରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ପରେ ଦେଓଗାଁ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।



from News7 https://ift.tt/2ESJ3VM
ଆନନ୍ଦପୁରରେ ଗାଧୋଇବା ବେଳେ ନଦୀରେ ବୁଡି ଯାଇ ଯୁବକ ମୃତ ଆନନ୍ଦପୁରରେ ଗାଧୋଇବା ବେଳେ ନଦୀରେ ବୁଡି ଯାଇ ଯୁବକ ମୃତ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.