ନବରାତ୍ରିରେ ବହୁତ ଲୋକ ବ୍ରତ ଏବଂ ଉପବାସ ରଖିଥାନ୍ତି। ସମସ୍ତେ ନିଜ ନିଜ ଢଙ୍ଗରେ ଉପାସ କରିଥାନ୍ତି। କେତେକ ଲୋକ ୯ଦିନ ବିନା ଅନ୍ନରେ ଉପବାସ କରିଥାନ୍ତି ତ କେତେ ଜଣ ଗୋଟିଏ ସମୟରେ ଭୋଜନ କରିଥାନ୍ତି। ଉପାସ ଯେପରି ହୋଇଥାଉନା କାହିଁକି କିନ୍ତୁ ଏହାକୁ ଶେଷ କରି ଖାଇବା ସମୟରେ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ, ଯାହା ଦ୍ବାରା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ।
ପ୍ରୋଟିନ୍ ପ୍ରତି ଧ୍ୟାନ ଦିଅନ୍ତୁ: ଉପାସ ପରେ ପ୍ରୋଟିନ୍ ଯୁକ୍ତ ଭରପୂର ଆହାର ଖାଇବାର ପ୍ରୟାସ କରନ୍ତୁ। ଏହା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। ଏଥି ପାଇଁ ଆପଣ କିଛି ସମୟ ପରେ ପନିର ମଧ୍ୟ ଖାଇପାରିବେ।
ପାଣି ପିଅନ୍ତୁ : ଦୀର୍ଘ ସମୟ ପର୍ଯ୍ୟନ୍ତ ଖାଲି ପେଟ ରହିବା ପରେ ଆଗେ ଗୋଟିଏ ଗ୍ଲାସ୍ ପାଣି ପିଇବା ସବୁଠାରୁ ଲାଭଦାୟକ ହେବ। ଯାହାଦ୍ବାରା ପେଟ ଥଣ୍ଡା ହେବ ଏବଂ ପରେ ହେବାକୁ ଥିବା ହଜମ ସମସ୍ୟାକୁ ରୋକାଯାଇପାରିବ।
ଜୁସ୍ ହେବ ଲାଭଦାୟକ: ଆପଣ ଲେମ୍ବୁ ପାଣି, ଲସି, ନଡ଼ିଆ ପାଣି ମଧ୍ୟ ପିଇ ପାରିବେ। ଏହା ଦ୍ବାରା ଆପଣଙ୍କୁ ଶକ୍ତି ମିଳିବ ଏବଂ ଆପଣଙ୍କ ହଜମ ପ୍ରକ୍ରିୟା ଠିକ୍ ଭାବେ ହେବ।
ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ: ଉପାସ ପରେ ତେଲ-ମସଲା ଯୁକ୍ତ ଖାଦ୍ୟ ନଖାଇବା ପାଇଁ ଚେଷ୍ଟା କରନ୍ତୁ। ମିଠା ଏବଂ ଛଣାଛଣି ଜିନିଷଠାରୁ ଦୂରେଇ ରୁହନ୍ତୁ,ଯାହା ଫଳରେ ଆପଣଙ୍କ ହଜମ ସମସ୍ୟାରେ କୈାଣସି ପ୍ରଭାବ ପଡ଼ିବ ନାହିଁ।
ମଲ୍ଟିଗ୍ରେନ୍ ଅଟା: ଆପଣ ମଲ୍ଟିଗ୍ରେନ୍ ଅଟା ଖାଇପାରିବେ। ତରକାରିରେ ଲାଉ,କଖାରୁ,ଟମାଟୋ,ଭେଣ୍ଡି,ଡାଲି ଏବଂ ଦହି ଭଳି ହାଲୁକା ଜିନିଷ ଖାଇପାରିବେ।
ଶକ୍ତିଦାୟକ ଖାଦ୍ୟ ଖାଆନ୍ତୁ: ବ୍ରତ ଖୋଲିବା ପରେ ହାଲୁକା ଏବଂ ପାନୀୟ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଚାହିଁଲେ ଦହି ସହ ଫଳ ମଧ୍ୟ ଖାଇପାରିବେ।
ଅତ୍ୟଧିକ ଖାଦ୍ୟ ଖାଆନ୍ତୁ ନାହିଁ: ବ୍ରତ ଖୋଲିବା ପରେ କେତେକ ଲୋକ ଭୁରି ଭୋଜନ କରିଥାଆନ୍ତି ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଥରକରେ ବେଶି ଖାଦ୍ୟ ଖାଆନ୍ତୁ ନାହିଁ। ଦୀର୍ଘ ସମୟ ଖାଲି ପେଟ ରହିବା ପରେ ଅତ୍ୟଧିକ ଖାଦ୍ୟ ଖାଇବା ଫଳରେ ପେଟ ବ୍ୟଥା ସମସ୍ୟା ହୋଇପାରେ ଏବଂ ହଜମ କ୍ରିୟାରେ ମଧ୍ୟ ସମସ୍ୟା ଦେଖାଯାଇପାରେ।
ଉପାସ କରିବା ସମୟରେ ମେଟାବଲିଜମ ଧୀର ହୋଇଯାଇଥାଏ। ଫଳରେ ପୂରା ଅତ୍ୟଧିକ ଖାଆନ୍ତୁ ନାହିଁ। ଉପାସ ପରେ ହାଲୁକା ଖାଦ୍ୟ ଖାଆନ୍ତୁ ଯେପରିକି ଆପଣ ମଲଟିଗ୍ରେନ୍ ଅଟାରେ ପ୍ରସ୍ତୁତ ଉପମା ମଧ୍ୟ ସନ୍ତୁଳିତ ଖାଦ୍ୟ ହୋଇପାରିବ।
from News7 https://ift.tt/2NFFku0
No comments: