ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଜାପାନ ତ୍ରୟୋଦଶ ବାର୍ଷିକ ଶିଖର ବୈଠକରେ ଯୋଗଦେବାକୁ ମୋଦି ଜାପାନ ଗସ୍ତରେ ଯାଇଛନ୍ତି। ଦୁଇ ଦିନିଆ ଶିଖର ବୈଠକରେ ଦ୍ବିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯିବ। ଦ୍ବିପାକ୍ଷିକ ସମ୍ପର୍କକୁ କେମିତି ଆଗକୁ ଆହୁରି ମଜବୁତ କରାଯିବ ସେନେଇ ଆଲୋଚନା ହେବ। ଜାପାନ ସହିତ ଭାରତର ଭଲ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ରଣନୈତିକ ଓ ବୈଶ୍ବିକ ଭାଗିଦାରୀ ରହିଛି। ଜାପାନ ଭାରତ ସହ ଆର୍ଥିକ, ପ୍ରଯୁକ୍ତି ଓ ଆଧୁନିକକରଣରେ ସବୁଠୁ ବିଶ୍ବସନୀୟ ବନ୍ଧୁ ହୋଇପାରିଛି। ଭାରତ ପାଇଁ ସବୁଠୁ ବଡ ନିବେଶକ ସାଜିଛି ଜାପାନ। ଶିଖର ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରିୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଲକ୍ଷ୍ୟ ନେଇ ଏସିଆନର ରାଷ୍ଟ୍ରଗୁଡିକ ସହିତ ମିଳିମିଶି କାମ କରିବାନେଇ ଭାରତ-ଜାପାନ ଆଜି ବଡ ଘୋଷଣା କରିପାରନ୍ତି। ବାଂଲାଦେଶ,ମିୟାଁମାର ଓ ଶ୍ରୀଲଙ୍କାରେ ଭିତ୍ତିଭୂମି ବିକାଶନେଇ ଶିଖର ବୈଠକରେ କୌଣସି ବଡ ଯୋଜନା ଘୋଷଣା ହୋଇପାରେ।
from News7 https://ift.tt/2yEJcH1
No comments: