ମାଲକାନଗିରି ସୀମାନ୍ତ ବିଜେପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି କେନ୍ଦୁଝର ଆସିବ

ମାଲକାନଗିରି ୨୮/୧୦ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମୃତଦେହ ଆଜି କେନ୍ଦୁଝର ଆସିବ | ବିସ୍ଫୋରଣରେ ୫ଜଣ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି | ଗୁରୁତର ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି |

ଆଜି ରାୟପୁର ହେଡ଼ କ୍ଵାଟରରେ ସହିଦ ଯବାନଙ୍କୁ ଗାର୍ଡ ଅଫ ଅନର ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି | ସହିଦ ଯବାନଙ୍କ ମଧ୍ୟରେ ଥିବା ଓଡ଼ିଆ ଯବାନ ବ୍ରଜମୋହନ ବେହେରାଙ୍କ ଘର ଆନନ୍ଦପୁର ଘସିପୁରା ଥାନା ଅନ୍ତର୍ଗତ ନଦୁଆ ଗାଁରେ | ତାଙ୍କ ମରଶରୀର ଆଜି ତାଙ୍କ ଗାଁକୁ ଆସିବ | ମୃତ୍ୟୁ ଖବର ମିଳିବା ପରେ ପୁରା ପରିବାର ଭାଙ୍ଗି ପଡିଛି | ଗାଁରେ ଶୋକାକୁଳ ପରିବେଶ ରହିଛି | ସ୍ବର୍ଗତ ଦୁର୍ଯ୍ୟଧନ ବେହେରାଙ୍କ ପୁଅ ବ୍ରଜମୋହନ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ସିଆରପିଏଫରେ ଯୋଗ ଦେଇଥିଲେ | ୧୫୯ ବାଟାଲିଅନରେ ହାବିଲଦାର ଡ୍ରାଇଭର ଭାବେ ସେ କାର୍ଯ୍ୟରତ ଥିଲେ | ୨ ମାସ ପୂର୍ବରୁ ଛତିଶଗଡ଼ରେ ତାଙ୍କର ବଦଳି ହୋଇଥିଲା | ପାଟ୍ରୋଲିଂ ବେଳେ ଗାଡି ବ୍ରଜମୋହନ ଚଳାଉଥିଲେ | ଗତକାଲି ପାଟ୍ରୋଲିଂ ବେଳେ ଯବାନଙ୍କ ବୁଲେଟପ୍ରୁଫକୁ ବିସ୍ଫୋରଣରେ ଉଡାଇଦେଇଥିଲେ ନକ୍ସଲ |



from News7 https://ift.tt/2CKv6Xq
ମାଲକାନଗିରି ସୀମାନ୍ତ ବିଜେପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି କେନ୍ଦୁଝର ଆସିବ ମାଲକାନଗିରି ସୀମାନ୍ତ ବିଜେପୁରରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ମରଶରୀର ଆଜି କେନ୍ଦୁଝର ଆସିବ Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.