ମୋ କ୍ୟାରିୟରର ସବୁଠୁ ଖାସ୍ ଫିଲ୍ମ ହେବ ‘ଉରି’: ୟାମୀ ଗୈାତମୀ

ମୁମ୍ବାଇ ୨୮/୧୦: ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୈାତମୀ ତାଙ୍କ ଆଗାମୀ ଫିଲ୍ମ ‘ଉରି’ ରିଲିଜ ହେବାକୁ ଅପେକ୍ଷା କରିଛନ୍ତି। ତାଙ୍କ କହିବାନୁସାରେ ଏହା ତାଙ୍କ ପାଇଁ ସବୁଠୁ ଖାସ୍ ଫିଲ୍ମ ହେବ।

ସେ କହିଛନ୍ତି ଏହି ଫିଲ୍ମକୁ ସବୁ ଭାରତୀୟ ନାଗରିକମାନେ ଦେଖିବା ଉଚିତ୍। ଏହି ଫିଲ୍ମ ସତ୍ୟ କାହାଣୀ ଉପରେ ଆଧାରିତ। ଲୋକଙ୍କୁ ଜାଣିବା ଦରକାର ଯେ ଯବାନମାନେ ଆମକୁ ସୁରକ୍ଷା ଦେବା ଲାଗି କ’ଣ କ’ଣ କରନ୍ତି। ଏହି ଫିଲ୍ମରେ ବିକି କୈାଶଲ୍ ଜଣେ ଭାରତୀୟ କମାଣ୍ଡୋଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ୨୦୧୬ରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଭାରତୀୟ ସେନା ଦ୍ବାରା କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକରେ ସାମିଲ ଥିଲେ। ଏଥିରେ କୀର୍ତ୍ତି କୁଲ୍ହାଡ଼ୀ ଏବଂ ପରେଶ ରାଓ୍ବଲ ମଧ୍ୟ ମହତ୍ତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।



from News7 https://ift.tt/2OU9ZsR
ମୋ କ୍ୟାରିୟରର ସବୁଠୁ ଖାସ୍ ଫିଲ୍ମ ହେବ ‘ଉରି’: ୟାମୀ ଗୈାତମୀ ମୋ କ୍ୟାରିୟରର ସବୁଠୁ ଖାସ୍ ଫିଲ୍ମ ହେବ ‘ଉରି’: ୟାମୀ ଗୈାତମୀ Reviewed by SUBHENDU BARAL on October 28, 2018 Rating: 5

No comments:

Powered by Blogger.