ଦିପାବଳୀରେ ବାଣ ଫୁଟା: ସୁପ୍ରିମ୍‌କୋର୍ଟଙ୍କ ସମତୁଲ ରାୟ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁ ବାଦ ବିବାଦ ପରେ ଶେଷରେ ଦିପାବଳୀରେ ବାଣ ଫୁଟାକୁ ନେଇ ଆସିଛି ସୁପ୍ରିମ୍‌କୋର୍ଟର ବହୁ ପ୍ରତୀକ୍ଷିତ ରାୟ। ସର୍ବୋଚ୍ଚ ନ୍ୟାୟାଳୟ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସତ, କିନ୍ତୁ ଏଥିରେ ସେ କିଛି ସର୍ତ୍ତ ଲାଗୁ କରିଛନ୍ତି। କୋର୍ଟ ବାଣଫୁଟାକୁ ସମ୍ପୂର୍ଣ୍ଣ ନିଷିଦ୍ଧ ନକରି ନିର୍ଦ୍ଦେଶ ଦେଇଛନ୍ତି, ଯେ ସୀମିତ ଅବଧିରେ, ଅନୁମୋଦିତ ଅଞ୍ଚଳରେ ଏବଂ କମ୍‌ ପ୍ରଦୂଷଣ କରୁଥିବା ବାଣ ଫୁଟାଇହେବ।

ଦିପାବଳୀରେ ବାଣ ଫୁଟାଇବା ପାଇଁ ସନ୍ଧ୍ୟା ୮ଟାରୁ ୧୦ଟା ଯାଏ ୨ ଘଣ୍ଟାର ଅନୁମତି ମିଳିଛି। ସେହିଭଳି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ରାତି ୧୧.୫୫ରୁ ୧୨.୩୦ ଯାଏ ବାଣ ଫୁଟାଇହେବ। କମ୍‌ ପ୍ରଦୂଷଣ କରୁଥିବା ବାଣ ପାଇଁ ଅନୁମତି ମିଳିଥିବାବେଳେ ଏହା କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତା ବିକିପାରିବେ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତଙ୍କୁ ସୁହାଇବା ଭଳି ରାୟ ଦିଆଯାଇଛି। ବାଣ ଏବେ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ଉପଲବ୍ଧ ହେବନି। ଯଦି କେହି ସଂସ୍ଥା ଏଭଳି କରୁଥାଏ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ୱେବ୍‌ସାଇଟ୍‌ ବନ୍ଦ କରିଦିଆଯିବ।

ସମଗ୍ର ଦେଶରେ ବାଣକୁ ନିଷିଦ୍ଧ ଘୋଷଣା କରିବାକୁ ନେଇ କୋର୍ଟ ଏହି ରାୟରେ କହିଛନ୍ତି, ସମ୍ବିଧାନର ଧାରା ୨୧ରେ ଉଲ୍ଲେଖ କରାଯାଇଥିବା ‘ରାଇଟ୍‌ ଟୁ ଲାଇଫ୍‌’ ଅନୁଯାୟୀ ସାଧାରଣ ଲୋକ ଏବଂ ବାଣ ଉତ୍ପାଦନକାରୀଙ୍କ ଜୀବିକାର କଥା ମଧ୍ୟ ବିଚାର କରିବାକୁ ପଡ଼ିଛି। କିଛି ବ୍ୟବସାୟୀ ଦିପାବଳୀର ଦିନେ ଦୁଇଦିନ ପୂର୍ବରୁ ବାଣ ବିକ୍ରି ପାଇଁ ମାଗିଥିବା ଅନୁମତିକୁ କୋର୍ଟ ଖାରଜ କରିଦେଇଛନ୍ତି।



from Odisha Reporter
ଦିପାବଳୀରେ ବାଣ ଫୁଟା: ସୁପ୍ରିମ୍‌କୋର୍ଟଙ୍କ ସମତୁଲ ରାୟ ଦିପାବଳୀରେ ବାଣ ଫୁଟା: ସୁପ୍ରିମ୍‌କୋର୍ଟଙ୍କ ସମତୁଲ ରାୟ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.