ଛୋଟ ଗୋଟେ ଭୁଲ ଏହି ଅଭିନେତ୍ରୀଙ୍କ କ୍ୟାରିଅରକୁ କରିଦେଲା ବର୍ବାଦ, ଜାଣନ୍ତୁ କଣ ଥିଲା ସେ ଭୁଲଟି

ମୁମ୍ବାଇ ୨୭/୧୦: ଆପଣ କୋୟେନା ମିତ୍ରଙ୍କୁ ମନେ ରଖିଛନ୍ତି କି? ଏହି ସୁପର ମଡେଲ ଏବଂ ଅଭିନେତ୍ରୀ ମୁସାଫିର,ଏକ ଖିଲାଡ଼ି ଏକ ହସିନା, ଅପନା ସପନା ମନି ମନି ଭଳି ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ଦୁନିଆକୁ ଆସିବା ପରେ ମଧ୍ୟ ତାଙ୍କ କ୍ୟାରିୟର ଭଲ ଚାଲୁଥିଲା । କିନ୍ତୁ ତାଙ୍କର ଗୋଟିଏ ଛୋଟ ଭୁଲ୍ ପାଇଁ ତାଙ୍କ କ୍ୟାରିୟର ବରବାଦ ହୋଇଗଲା। କୋୟେନା ନିଜ ନାକର ପ୍ଲାଷ୍ଟିକ୍ ସର୍ଜରୀ କରି ସୁନ୍ଦର ଦେଖାଯିବା ପରିବର୍ତ୍ତେ ଆହୁରି ଖରାପ ଦେଖାଗଲେ। ସର୍ଜରୀ ପରେ ନାକ ଫୁଲି ଯାଇଥିଲା। ଡାକ୍ତରମାନେ ମଧ୍ୟ ଆଉ କିଛି କରିପାରିବେ ନାହିଁ ବୋଲି ସିଧା ମନାକରିଦେଲେ। ପରେ ଆଉ କିଛି ପ୍ରକାର ସର୍ଜରି କଲାପରେ କିଛି ମାତ୍ରାରେ ଠିକ୍ ହୋଇଥିଲା। କିନ୍ତୁ ସେତେବେଳକୁ ସମୟ ଗଡିଯାଇଥିଲା । କ୍ୟାରିୟର ଗଢିବା ପାଇଁ ବହୁତ ଡେରି ହୋଇଯାଇଥିଲା। ଆଜି କୋୟେନା ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ଛୋଟ ଛୋଟ କାର୍ଯ୍ୟକ୍ରମରେ କେବେ କେବେ ତାଙ୍କୁ ଦେଖିବାକୁ ମିଳୁଛି।

 

 

 

 



from News7 https://ift.tt/2O916qr
ଛୋଟ ଗୋଟେ ଭୁଲ ଏହି ଅଭିନେତ୍ରୀଙ୍କ କ୍ୟାରିଅରକୁ କରିଦେଲା ବର୍ବାଦ, ଜାଣନ୍ତୁ କଣ ଥିଲା ସେ ଭୁଲଟି ଛୋଟ ଗୋଟେ ଭୁଲ ଏହି ଅଭିନେତ୍ରୀଙ୍କ କ୍ୟାରିଅରକୁ କରିଦେଲା ବର୍ବାଦ, ଜାଣନ୍ତୁ କଣ ଥିଲା ସେ ଭୁଲଟି Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.