ଥାଇଲ୍ୟାଣ୍ଡ ୨୭/୧୦ : ନିକଟରେ ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ସ୍ତ୍ରୀ’ ଫିଲ୍ମରେ ଦେଖିବାକୁ ମିଳିଥିଲା ଏମିତି ଏକ ଘଟଣା | ଫିଲ୍ମରେ ଦେଖିବାକୁ ମିଳିଥିଲା, ଗାଁ ଲୋକେ ଭୁତୁଣୀ ଡରରେ ଘର ବାହାରେ ନାଲି ରଙ୍ଗରେ ଲେଖୁଥିଲେ ‘ଓ ସ୍ତ୍ରୀ କଲ ଆନା’ | ଏମିତିକି ଭୁତୁଣୀ ଡରରେ ଗାଁର ପୁରୁଷ ମାନେ ମହିଳାଙ୍କ ଭଳି ପୋଷାକ ମଧ୍ୟ ପିନ୍ଧୁଥିଲେ | ଫିଲ୍ମର ଏହି କାହାଣୀଟି କିନ୍ତୁ ସମ୍ପୂର୍ଣ କାଳ୍ପନିକ ଥିଲା | କିନ୍ତୁ ଥାଇଲ୍ୟାଣ୍ଡର ଏକ ଗାଁ ପୁ-ହାଙ୍ଗରେ ଏବେ ସତସତିକା ଏମିତି ଏକ ଘଟଣା ଘଟୁଥିବା ଜଣାପଡିଛି ।
କୁହାଯାଉଛି ଥାଇଲ୍ୟାଣ୍ଡର ଏହି ଗାଁରେ ଗୋଟିଏ ମହିଳାର ପ୍ରେତାତ୍ମା ଘୁରି ବୁଲୁଛି । ଏହି ପ୍ରେତାତ୍ମା ଗାଁର ପୁରୁଷମାନଙ୍କୁ ନିଜ ଶତ୍ରୁ ବୋଲି ବିବେଚନା କରୁଥିବା ବୋଲି ଗାଁ ଲୋକେ ବିଶ୍ୱାସ କରୁଛନ୍ତି | ପ୍ରେତାତ୍ମା ଠାରୁ ରକ୍ଷା ପାଇବା ପାଇଁ ଘର ବାହାରେ ଲେଖୁଛନ୍ତି ଏଠାରେ କୌଣସି ପୁରୁଷ ରହୁନାହାନ୍ତି | ପ୍ରେତାତ୍ମା ଭୟରେ ଗାଁର ପୁରୁଷମାନେ ହାତରେ ନେଲ ପଲିସ ଲଗେଇ ବୁଲୁଛନ୍ତି | ଗତ କିଛି ଦିନ ହେଲା ଗାଁରେ କିଛି ପୁରୁଷଙ୍କ ମୃତ୍ୟୁ ପରେ ପେରତାମ୍ମା ଭୟ ଓ ଧାରଣା ଦୃଢ ହେବାରେ ଲାଗିଛି | ଗତ ୩ ସପ୍ତାହ ମଧ୍ୟରେ ୫ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି |

ଗାଁର ୬୦ ବର୍ଷ ବୟସ ବୁଶଦି ମାଳସି ନାମକ ଜଣେ ମହିଳା ସ୍ଥାନୀୟ ଏକ ଖବରକାଗଜକୁ କହିଥିଲେ ଯେ, ଏସବୁ ଦୁଇଟି ଅତୃପ୍ତ ଆତ୍ମାର କାରନାମା | ଯେଉଁଥିରେ ଜଣେ ବିଧବା ମହିଳାଙ୍କ ଆତ୍ମା ରହିଛି | ଏହି ବିଧବା ମହିଳାର ଆତ୍ମା କେବଳ ପୁରୁଷମାନଙ୍କୁ ନିଜର ଶିକାର କରୁଛି | ଏହି ଆତ୍ମା ପୁରୁଷମାନଙ୍କୁ ଶରୀରକୁ ଖାଇ ଭିତରୁ ପୁରା ଖାଲି କରିଦେଇଥାଏ ବୋଲି ସେ ଦୃଢର ସହିତ କହିଛନ୍ତି | ଅନ୍ୟ ଆତ୍ମାଟି ଜଣେ ପୋପଙ୍କ ବୋଲି ମହିଳା ଜଣକ କହିଛନ୍ତି | ପୋପଙ୍କ ଆତ୍ମା ବୃଦ୍ଧ ମାନଙ୍କୁ ନିଜର ଶିକାର କରିଥାଏ ବୋଲି ମହିଳା କହିଛନ୍ତି |

ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରେତାତ୍ମା କଣ ପଢି ପାରେକି ?
from News7 https://ift.tt/2Q0sB7a
No comments: