ଅଭିଜିତ ଆୟାରଙ୍କ ପାଇଁ ବଢୁଛି ଅଡୁଆ ; ଜାମିନ୍ ଆବେଦନ ଖାରଜ ପରେ ନିମାପଡା ଜେଲ୍ ଗଲେ

କୋଣାର୍କ ୨୬|୧୦: ଅଭିଜିତ ଆୟାରଙ୍କ ଜାମିନ୍ ଆବେଦନ ଖାରଜ । କୋଣାର୍କ ଜେଏମଏଫସି କୋର୍ଟରେ ଅଭିଜିତଙ୍କ ଜାମିନ ଆବେଦନ ଖାରଜ ହେବାରୁ କେ।ର୍ଟ ତାଙ୍କୁ ନିମାପଡା ଜେଲକୁ ପଠାଇଦେଇଛନ୍ତି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନିମାପଡା ଜେଲ୍ ରେ ରହିବେ ଅଭିଜିତ ।  ଅଭିଜିତଙ୍କୁ ଗତକାଲି କୋଣାର୍କ ପୋଲିସ ଜେଏମ ଏଫସି କେ।ର୍ଟରେ ହାଜର କରିଥିଲା । ଅଭିଜିତଙ୍କୁ ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୋଲିସ ଖୋର୍ଦ୍ଧା ଜେଏମଏଫସି କୋର୍ଟରେ ଆବେଦନ କରିଥିଲା । କୋର୍ଟ ୪ ଦିନ ରିମାଣ୍ଡ ଅନୁମତି ଦେଇଥିଲେ । ତେବେ ପୁଣି ଥରେ କେ।ଣାର୍କ ପେ।ଲିସ ରିମାଣ୍ଡରେ ନେଇପାରେ । କେଉଁ ପରିସ୍ଥିତିରେ, କାହା ପ୍ରରୋଚନାରେ ଅଭିଜିତ କୋଣାର୍କ ଉପରେ ହେଲିକପ୍ଟରରେ ଉଡ଼ିଲେ । କାହିଁକି ସେ ଓଡ଼ିଶାର ଐତିହ୍ୟ ସୂର୍ଯ୍ୟ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଲେ ? ଏମିତି ଅନେକ ପ୍ରଶ୍ନ ଅଭିଜିତଙ୍କୁ ଜେରା କରିବ କୋଣାର୍କ ପୋଲିସ ।



from News7 https://ift.tt/2PjMVU5
ଅଭିଜିତ ଆୟାରଙ୍କ ପାଇଁ ବଢୁଛି ଅଡୁଆ ; ଜାମିନ୍ ଆବେଦନ ଖାରଜ ପରେ ନିମାପଡା ଜେଲ୍ ଗଲେ ଅଭିଜିତ ଆୟାରଙ୍କ ପାଇଁ ବଢୁଛି ଅଡୁଆ ; ଜାମିନ୍ ଆବେଦନ ଖାରଜ ପରେ ନିମାପଡା ଜେଲ୍ ଗଲେ Reviewed by SUBHENDU BARAL on October 26, 2018 Rating: 5

No comments:

Powered by Blogger.