ଟିଟିଲାଗଡରେ ଫେରାର ଡକାୟତ ଲୋକନାଥ କହଁରଙ୍କ ଘରେ ପୋଲିସର ଚଢାଉ ; ୩୭ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନାଗହଣା ଜବତ

ବଲାଙ୍ଗିର ୨୫।୧୦ : ଘରୁ ମିଳିଲା ୩୭ ଲକ୍ଷରୁ ଅଧିକ ଟଙ୍କାର ନଗଦ କ୍ୟାସ୍ । ଏତେ ପରିମାଣର ନଗଦ ଟଙ୍କା ଦେଖି ପୋଲିସ ତାଜୁବ ହୋଇଯାଇଛି । ଜଣେ ଓ୍ବାରେଣ୍ଟି ଘର ଉପରେ ଛାପା ମାରିବା ବେଳେ ପୋଲିସକୁ ମିଳିଛି ଏହି ବିପୁଳ ପରିମାଣର ଟଙ୍କା । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ଟିଟିଲାଗଡ ବାଳକ ହାଇସ୍କୁଲ ନିକଟରେ ଥିବା ଲୋକନାଥ କୁମ୍ଭାରଙ୍କ ଘର ଉପରେ ଚଢାଉ ବେଳେ ମିଳିଛି ନଗଦ ୩୭ ଲକ୍ଷ ୩୨ ହଜାର ୧୭୦ ଟଙ୍କା । ଏହାସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ମଳିଛି । ଫେରାର ଡକାୟତ ଲୋକନାଥକୁ ୱାରେଣ୍ଟ ବଳରେ ଗିରଫ କରିବାକୁ ଯାଇଥିଲା ଟିଟିଲାଗଡ଼ ପୋଲିସ । ଲୋକନାଥ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଲୋକନାଥ ନାଁରେ ବିଭିନ୍ନ ଥାନାରେ ଡକାୟତି, ଲୁଟ୍ ମାମଲା ରହିଛି ।



from News7 https://ift.tt/2CDUwWC
ଟିଟିଲାଗଡରେ ଫେରାର ଡକାୟତ ଲୋକନାଥ କହଁରଙ୍କ ଘରେ ପୋଲିସର ଚଢାଉ ; ୩୭ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନାଗହଣା ଜବତ ଟିଟିଲାଗଡରେ ଫେରାର ଡକାୟତ ଲୋକନାଥ କହଁରଙ୍କ ଘରେ ପୋଲିସର ଚଢାଉ ; ୩୭ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନାଗହଣା ଜବତ Reviewed by SUBHENDU BARAL on October 25, 2018 Rating: 5

No comments:

Powered by Blogger.