ମାମୁର ଗୁଳିମାଡରେ ଭଣଜା ଗୁରୁତର

ବ୍ରହ୍ମପୁର ୨୭/୧୦ : ବ୍ରହ୍ମପୁର କେ.ନୂଆଗାଁ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁରେ ଘଟିଛି ଅଭାବନୀୟ ଘଟଣା | ମାମୁର ଗୁଳିମାଡରେ ଭଣଜା ଗୁରୁତର ହୋଇଥିବା ସୂଚନା ମିଳିଛି | ଗୁରୁତର ଭଣଜା ହେଲେ ସନାତନ ମଲ୍ଲିକ | ଭଣଜାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି | ପାରିବାରିକ କଳହକୁ କେନ୍ଦ୍ର କରି ମାମୁ ଭଣଜାକୁ ଗୁଳି କରିଥିବା ଜଣାପଡିଛି | ମାମୁ ଜଣକ ହେଲା ଡାଂଡାସିୟା ନାୟକ | ଗୁଳିମାଡ କରି ମାମୁ ଫେରାର ହୋଇଯାଇଛି | ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି |



from News7 https://ift.tt/2D6XuE9
ମାମୁର ଗୁଳିମାଡରେ ଭଣଜା ଗୁରୁତର ମାମୁର ଗୁଳିମାଡରେ ଭଣଜା ଗୁରୁତର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.