କନ୍ଧମାଳ ୨୫|୧୦: କନ୍ଧମାଳ ଜିଲ୍ଳା ସାରଙ୍ଗଗଡ ବଣ୍ଡଗୁଡା ଗାଁରେ ଜଣେ ନିଃସହାୟ ବିଧବା ମହିଳାଙ୍କୁ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁର ସୀତାୟା ବିନ୍ଧାଣୀଙ୍କୁ କିଛି ଲୋକ ଭିଟାମାଟି ଛାଡି ଚାଲିଯିବାକୁ ଧମକ ଦେବା ସହ ଗାଁରେ ଏକ ଘରିକିଆ କରିଛନ୍ତି । ଏମିତିରେ ନିଜ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୀତାୟା ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଆବଶ୍ୟକ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ କନ୍ଧମାଳ ଜିଲ୍ଳା ସାରଙ୍ଗଗଡ ବଣ୍ଡଗୁଡା ଗାଁରେ ରୁହନ୍ତି ସୀତାୟା ବିନ୍ଧାଣୀ । ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି । ଗୋଟିଏ ମାତ୍ର ଝିଅର ବିବାହ ମଧ୍ୟ କରିସାରିଛନ୍ତି । ସେ କାହା ଉପରେ ବୋଝ ନହୋଇ ସିଲେଇ ମେସିନକ ପକାଇ ଜରିଅଖା, କପଡ଼ା ସିଲେଇ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ହେଲେ ସମୟ ଆଉ ସମ୍ପର୍କ ସମସ୍ତେ ତାଙ୍କୁ ଏବେ ପର କରିଦେଇଛନ୍ତି । ଗାଁ ଲୋକ ନିଆଁ ପାଣି ବାସନ୍ଦ କରିବା ସହ ତାଙ୍କୁ ଭିଟାମାଟି ଛାଡି ଚାଲିଯିବାକୁ ଧମକ ମଧ୍ୟ ଦେଉଛନ୍ତି । ଫଳରେ ସୀତାୟା ବାଧ୍ୟ ହୋଇ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ହେଲେ ଥାନାକୁ ମିଳିନି ତାଙ୍କୁ ସହାୟତା । ବାଧ୍ୟ ହୋଇ ସେ ଏସପିଙ୍କୁ ଜଣାଇଛନ୍ତି । ମାମଲା ଯାଇ ଥାନାରେ ପହଞ୍ଚିଲାଣି ହେଲେ ସରପଞ୍ଚ କହୁଛନ୍ତି ସେ କିଛି ଜାଣିନାହାନ୍ତି ।
from News7 https://ift.tt/2ShoGUY

No comments: