କଳାହାଣ୍ଡିରେ ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ମୃତ ; ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର

କଳାହାଣ୍ଡି ୨୦|୧୦: କଳାହାଣ୍ଡିରେ ପୋଖରୀରେ ଗାଧୋଉଥିବା ବେଳେ ବୁଡିଯାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । କେସିଙ୍ଗା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ ଆଜି ସକାଳୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବଗାଡ ଗାଁରେ ପୋଖରୀକୁ ଜଣେ ଯୁବତୀ ଓ ଜଣେ ଶିଶୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଉଥିବା ବେଳେ ତିନି ଜଣ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି । ମୃତକ ଦୁଇଜଣ ହେଲେ ୧୭ବର୍ଷୀୟ ରୋଜି ସାହୁ ଓ ୧୨ ବର୍ଷୀୟ ନମିତା ସାହୁ। କେସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।



from News7 https://ift.tt/2R2BSLY
କଳାହାଣ୍ଡିରେ ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ମୃତ ; ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର କଳାହାଣ୍ଡିରେ ଗାଧୋଇବା ବେଳେ ପୋଖରୀରେ ବୁଡି ଦୁଇ ଜଣ ମୃତ ; ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.