ସିବିଆଇର ନୂଆ ନିର୍ଦେଶକ ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ବହୁ ଅଭିଯୋଗ ରହିଛି ବୋଲି କହିଲେ ବିଜୟ ମହାପାତ୍ର, ନିରଞ୍ଜନ କଲେ ସମାଲୋଚନା

ଭୁବନେଶ୍ୱର ୨୪/୧୦ : ସିବିଆଇର ନିର୍ଦେଶକ ଭାବେ ନାଗେଶ୍ବର ରାଓଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ଓ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ | ଏଥିସହ ସିବିଆଇର ବିଶ୍ୱସନୀୟତାକୁ ନେଇ ମଧ୍ୟ ଉଭୟ ପ୍ରଶ୍ନ ଉଠାଇଛନ୍ତି | ବିଜୟ ମହାପାତ୍ର କହିଛନ୍ତି ଯେ, ନାଗେଶ୍ବର ରାଓ ଓଡିଶାରେ ଅଗ୍ନିଶମ ବିଭାଗ ଡିଜି ଥିଲେ | ତାଙ୍କ ନାଁରେ ଆଗରୁ ଏଠି ଅଭିଯୋଗ ରହିଛି | ସବୁ IPS ଅଫିସର ଭଲ ଭାବେ ଜାଣିଛନ୍ତି ସେ କଣ | ପୁଣି ଆଗକୁ ଏହି ସମସ୍ୟା ଉପୁଜିବ | ସିବିଆଇ ନିରପେକ୍ଷ ନୁହେଁ ବୋଲି ଆଗରୁ ସେବହୁବାର କହିଥିବା ସୂଚନା ଦେଇଛନ୍ତି | ଏଥିଯୋଗୁଁ ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ସେମାନେ ଆତ୍ମ ସମୀକ୍ଷା କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି | ସିବିଆଇ ଅଫିସରେ ସିବିଆଇ ରେଡ କରିବା ଭାରତ ଇତିହାସରେ ପ୍ରଥମ | ବିଶ୍ବାସନୀୟତା ଓ ଗୌରବ ହାରଇଛି ସିବିଆଇ | ଯେଉଁମାନେ ଶାସନରେ ଅଛନ୍ତି ସେମାନେ ସିବିଆଇକୁ କଳଙ୍କିତ କରିଛନ୍ତି ବୋଲି ବିଜୟ ମହାପାତ୍ର କହିଛନ୍ତି | ବିଜେପିର ଜଣେ ବରିଷ୍ଠ ନେତା ହୋଇ ମଧ୍ୟ ସିବିଆଇକୁ ସମାଲୋଚନା କରିବା ଛଳରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି ବିଜୟ ମହାପାତ୍ର |

ଅପରପକ୍ଷରେ ସିବିଆଇରେ ଚାଲିଥିବା କାର୍ଯ୍ୟକଳାପ ନେଇ ସିବିଆଇକୁ ଏବଂ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ | ଓଡିଶାରେ ଅପରାଧିକ ମାମଲାର ଇନଭେସ୍ଟିଗେସନ ପାଇଁ ସିବିଆଇକୁ ମ୍ୟାନେଜ କରାଯାଇଥିଲା ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି | ଫଳରେ ଚିଟଫଣ୍ଡ ତଦନ୍ତରେ ବଡ ସଫଳତା ମିଳିଲା ନାହିଁ କି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ | ଏବେ ନାଗେଶ୍ବର ରାଓଙ୍କୁ ଦାୟିତ୍ବ ଦିଆଯାଇଛି | ସେ ସିବିଆଇର ସମ୍ମାନ ରଖୁଛନ୍ତି କି ନାହିଁ ତାହା ଦେଖିବା କଥା ବୋଲି ସେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି |



from News7 https://ift.tt/2yy63E7
ସିବିଆଇର ନୂଆ ନିର୍ଦେଶକ ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ବହୁ ଅଭିଯୋଗ ରହିଛି ବୋଲି କହିଲେ ବିଜୟ ମହାପାତ୍ର, ନିରଞ୍ଜନ କଲେ ସମାଲୋଚନା ସିବିଆଇର ନୂଆ ନିର୍ଦେଶକ ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କ ବିରୋଧରେ ମଧ୍ୟ ବହୁ ଅଭିଯୋଗ ରହିଛି ବୋଲି କହିଲେ ବିଜୟ ମହାପାତ୍ର, ନିରଞ୍ଜନ କଲେ ସମାଲୋଚନା Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.