ଚିଲିକା ଉପରେ ହେଲିକପ୍ଟର ଉଡାଇବା ଘଟଣାରେ ବୈଜୟନ୍ତଙ୍କୁ ମିଳିନି କ୍ଲିନଚିଟ୍, ବରଂ ବଢୁଛି ଅଡୁଆ

ଭୁବନେଶ୍ବର୨୭|୧୦: ବିବାଦୀୟ ହେବାରେ ଲାଗିଛି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବେଆଇନ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ । DGCAଙ୍କ ରିପୋର୍ଟ ଉପରେ ପୋଲିସ ପ୍ରଶ୍ନ ଉଠାଇବା ପରେ, ବୈଜୟନ୍ତଙ୍କ ପାଇଁ ଅଡୁଆ ଆହୁରି ବଢିଛି । ଚିଲିକାର କେତେ ଉପରେ ସାଂସଦ ହେଲିକପ୍ଟର୍ ଉଡ଼ାଇଥିଲେ, ସେନେଇ ରିପୋର୍ଟରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ଦିଆଯାଇନି । ଯେଉଁଥି ପାଇଁ DGCAଙ୍କୁ ଆଉ ଥରେ ରିପୋର୍ଟ ମାଗିଛି ପୁରୀ ପୋଲିସ । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।

ବଡୁଛି ବେଆଇନ ଉଡାଣ ବିବାଦ । DGCAଙ୍କ ରିପୋର୍ଟକୁ ନେଇ ଉଠିଛି ପ୍ରଶ୍ନ । DGCA ଦେଇଥିବା ରିପୋର୍ଟ ଉପରେ ଆପତ୍ତି ଉଠାଇଛି ପୋଲିସଚିଲିକା ଉପରେ କେଉଁ ସମୟରେ ଏବଂ କେତେ ଉଚ୍ଚରେ ବୈଜୟନ୍ତ ହେଲିକପଟର ଉଡାଇଥିଲେ ସେନେଇ ରିପୋର୍ଟରେ କିଛି ତଥ୍ୟ ନାହିଁ । ତେଣୁ ରିପୋର୍ଟକୁ ଗ୍ରହଣ କରିନି ପୁରୀ ପୋଲିସ । ଡିଜିସିଏଙ୍କୁ ଆଉ ଥରେ ରିପୋର୍ଟ ମାଗିବ ପୁରୀ ପୋଲିସ । ଚିଲିକାରୁ କେତେ ଉପରେ ଏବଂ କେଉଁ ସମୟରେ ହେଲିକପ୍ଟର୍ ଉଡୁଥିଲା, ସେ ସଂକ୍ରାନ୍ତ ତଥ୍ୟ ଦେବାକୁ ଡିଜିସିଏକୁ ପୁଣି ଚିଠି ଲେଖିବ ପୁରୀ ପୋଲିସ୍ ବୋଲି ପୁରୀ ଏସପି  ସାର୍ଥକ ଷଢଙ୍ଗୀ କହିଛନ୍ତି ।

ବେଆଇନ ଉଡାଣକୁ ନେଇ ଥିଲା ବିବାଦ । ଡିଜିସିଏ ରିପୋର୍ଟ ଆଧାରରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା । ତେବେ ରିପୋର୍ଟରେ ପୋଲିସ ମାଗିଥିବା ତଥ୍ୟ, କାହିଁକି  ଡିଜିସିଏ ଦେଇନାହାନ୍ତି ? ଚିଲିକା ଉପରେ ଉଡାଣର ଉଚ୍ଚତା ଓ ସମୟ ନଥାଇ ଏହାକୁ କ୍ଲିନ୍ ଚିଟ୍ କୁହାଯିବ କି ?  ଏବେ ଏମିତି ସବୁ ପ୍ରଶ୍ନ ଉଠୁଛି । ସେପଟେ ଘଟଣାକୁ ନେଇ ଜୋର୍ ହୋଇଛି ରାଜନୈତିକ ବୟାନ ବାଜି ।

ଡିଜିସିଏ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଉଥିବା ପୋଲିସ, ଏହେ ହ୍ୟାଙ୍ଗରକୁ ଖୋଲିଯିବା ନେଇ ତର୍ଜମା କରୁଛି । କିନ୍ତୁ ଡିଜିସିଏଙ୍କ ସମ୍ପୂର୍ଣ୍ଣ ରିପୋର୍ଟ ନ ଆସିବା ଯାଏଁ, ବିବାଦକୁ ଆସିଥିବା ହେଲିକ୍ୟାପଟର ଜବତ ହୋଇ ରହିବ ।



from News7 https://ift.tt/2CKE5YP
ଚିଲିକା ଉପରେ ହେଲିକପ୍ଟର ଉଡାଇବା ଘଟଣାରେ ବୈଜୟନ୍ତଙ୍କୁ ମିଳିନି କ୍ଲିନଚିଟ୍, ବରଂ ବଢୁଛି ଅଡୁଆ ଚିଲିକା ଉପରେ ହେଲିକପ୍ଟର ଉଡାଇବା ଘଟଣାରେ ବୈଜୟନ୍ତଙ୍କୁ ମିଳିନି କ୍ଲିନଚିଟ୍, ବରଂ ବଢୁଛି ଅଡୁଆ Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.